ଦେଶରେ ପୁଣି ବଢିଲା ସଂକ୍ରମଣ

ଦିନକରେ ୪୩,୬୫୪ ଚିହ୍ନଟ : ୬୪୦ ମୃତ

ନୂଆଦିଲ୍ଲୀ : ଦେଶର ୫୪ଟି ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ହାର ୧୦%ରୁ ଅଧିକ ରହିଥିବା ଏବଂ ୨୭ଟି ଜିଲ୍ଲାରେ ସଂକ୍ରମଣ ପୁଣି ବଢୁଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲା ଗତକାଲି ସୂଚନା ଦେଇଥିଲା ବେଳେ ଆଜି ଦେଶରେ ଦିନକରେ ସଂକ୍ରମଣସଂଖ୍ୟା ୪୩ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୬ ଶହରୁ ଅଧିକ ରହିଛି । ସମଗ୍ର ଦେଶରେ ଆଜି ଦିନ୍‌କରେ ୪୩,୬୫୪ କରୋନା ସଂକ୍ରମିତ ଓ ୬୪୦ ମୃତ୍ୟୁ ରେକର୍ଡ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତକାଲି ଦେଶରେ ୧୩୨ ଦିନ ପରେ ସଂକ୍ରମଣ ୩୦ହଜାର ତଳକୁ ଖସିଥିଲା । ଗତକାଲି ମଙ୍ଗଳବାର ଦିନ ମୋଟ୍ ୨୯,୬୮୯ଜଣ ସଂକ୍ରମିତ ହୋଇଥିଲେ । ସେହିପରି ୪୧୫ଜଣଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ୨୪ଘଂଟା ବ୍ୟବଧାନରେ ଆଜି ୪୩ ହଜାରରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ଏବଂ ମୃତ୍ୟୁ ସଂଖ୍ୟା ୬୪୦କୁ ବୃଦ୍ଧି ପାଇବା ଏବେ ଚିନ୍ତା ବଢାଇଦେଇଛି । ମହାମାରୀ କରୋନାର ଦ୍ୱିତୀୟ ଲହର ଥମିନଥିବା ବେଳେ ତୃତୀୟ ଲହର ନେଇ ସ୍ୱାସ୍ଥ୍ୟ ବିଶରଦ ମାବେ ଚେତାବନୀ ଦେଇଥିବା ସମୟରେ ଦେଶରେ ଏବେ ତୃତୀୟ ଲହର ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି ।
ଅନ୍ୟପକ୍ଷରେ ଦେଶରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୧୪,୮୪,୬୦୫ ଓ ମୃତ୍ୟୁସଂଖ୍ୟା ୪,୨୨,୦୨୨ରେ ପହଞ୍ଚିଛି । ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୭୮ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୦୬,୬୩,୧୪୭ରେ ପହଞ୍ଚିଛି । ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୯୯,୪୩୬ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୪୪,୬୧,୫୬,୬୫୯ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ‘ଆଇସିଏମ୍‌ଆର’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଜୁଲାଇ ୨୭ ତାରିଖ ସୁଦ୍ଧା ସମୁଦାୟ ୪୬,୦୯,୦୦,୯୭୮ ନମୁନା ପରୀକ୍ଷା ସରିଛି । ଗତକାଲି ପରୀକ୍ଷା ହୋଇଛି ୧୭,୩୬,୮୫୭ଟି ନମୁନା ।

Leave A Reply

Your email address will not be published.

nine + 16 =