ହାଇକୋର୍ଟରେ ଲାଇଭ ଷ୍ଟ୍ରିମିଂକୁ ବାର୍ ଆସୋସିଏସ୍‌ନର ବିରୋଧ

କଟକ: ହାଇକୋର୍ଟରେ ମାମଲା ଶୁଣାଣିର ଆଜିଠାରୁ ସିଧା ପ୍ରସାରଣ ଆରମ୍ଭ ହୋଇଥିଲା ବେଳେ ହାଇକୋର୍ଟ ବାର ଆସୋସିଏସ୍‌ନ ଏହାକୁ ବିରୋଧ କରିଛି । ବାର ଆସୋସିଏସ୍ ଗର୍ଭଣ୍ଣ ବଡିର ଏକ ଜରୁରୀ ବୈଠକରେ ଗୃହିତ ଏକ ପ୍ରସ୍ତାବରେ ଶିଦ୍ଧା ପ୍ରଶାରଣକୁ ବିରୋଧ କରାଯିବା ସହ ମୁଖ୍ୟବିଚାରପତିଙ୍କ କୋର୍ଟକୁ ବର୍ଜନ କରିବା ପାଇଁ ନିଷ୍ପତି ଗୃହିତ ହୋଇଛି । ଆସନ୍ତା ବୁଧବାର ଦିନ ପୁର୍ଣ୍ଣବାର ବୈଠକ ଅନୁଷ୍ଠିତ ହୋଇ ପରିବର୍ତି ପଦକ୍ଷେପ ଗ୍ରହଣ କରାଯିବ ।
ଅନ୍ୟପକ୍ଷରେ ଶୁଣାଣୀ ଲାଇଭ୍ ଷ୍ଟ୍ରିମିଂ ପାଇଁ ହାଇକୋର୍ଟ ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ କରାଯାଇଛି । ତେବେ ମାମଲା ଶୁଣାଣି ପ୍ରକ୍ରିୟାର ଲାଇଭ ଷ୍ଟ୍ରିମିଂ ବା ସିଧା ପ୍ରସାରଣ କରିବେ ହାଇକୋର୍ଟଙ୍କ ଦ୍ୱାରା ଅନୁମତିପ୍ରାପ୍ତ ବ୍ୟକ୍ତି ।
ସିଧାପ୍ରସାରଣର ୱେବ ଲିଙ୍କ ହାଇକୋର୍ଟଙ୍କ ୱେବସାଇଟରେ ଏବଂ ସଂପୃକ୍ତ ଖଣ୍ଡପୀଠଙ୍କ କଜ୍ ଲିଷ୍ଟରେ ପ୍ରକାଶ ପାଇବ । କିନ୍ତୁ ପାରିବାରିକ ବିବାଦ, ଶିଶୁ ଓ ବାଳ ଅପରାଧ ସଂପର୍କିତ ମାମଲା, ପକ୍ସୋ ଆଇନ ଓ ଜୁଭେନାଇଲ ଜଷ୍ଟିସ ଆକ୍ଟ ସଂକ୍ରାନ୍ତୀୟ ମାମଲାର ସିଧା ପ୍ରସାରଣ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଜାତୀୟ ସୁରକ୍ଷା ସଂପର୍କିତ ମାମଲାକୁ ମଧ୍ୟ ଏଥିରୁ ବାଦ ଦିଆଯାଇଛି ।

Leave A Reply

Your email address will not be published.

14 − thirteen =