ସିବିଏସଇ ଦଶମ ଫଳ ପ୍ରକାଶିତ, ପାସ୍ ହାର ୯୯.୦୪%

ନୂଆଦିଲ୍ଲୀ : କୋଭିଡ୍ କଟକଣା ମଧ୍ୟରେ ସିବିଏସ୍‌ଇ ବୋର୍ଡ ଦ୍ୱାରା ଗଠିତ ସ୍ୱତନ୍ତ୍ର ପ୍ୟାନେଲ୍ ନିର୍ଦ୍ଧାରିତ ମୁଲ୍ୟାୟନ ପଦ୍ଧତି ଆଧାରରେ ମଙ୍ଗଳବାର ବହୁ ପ୍ରତିକ୍ଷିତ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ପରିକ୍ଷାରେ ପୁଣି ଥରେ ଛାତ୍ରୀମାନେ ବାଜିମାତ୍ କରିଛନ୍ତି । ଚଳିତବର୍ଷର ପାସ୍ ହାର ୯୯.୦୪% ରହିଛି ।
ସିବିଏସଇ ଦଶମ ପରୀକ୍ଷା ଫଳ ମଙ୍ଗଳବାର ଦିନ ୧୨ଟାରେ ପ୍ରକାଶ ପାଇଛି । ମଭଗ୍ଦରକ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ଦ୍ଭସମ.ସଦ୍ଭ ଓ ମଭଗ୍ଦର.ଶକ୍ଟଙ୍ଖ.ସଦ୍ଭରେ ଲଗ୍ ଇନ୍ କରି ଛାତ୍ରଛାତ୍ରୀ ନିଜ ଫଳାଫଳ ଦେଖିପାରିବେ ।
ଏ ବର୍ଷ ୯୯.୨୪ ପ୍ରତିଶତ ଛାତ୍ରୀ ଏବଂ ୯୮.୮୯ ପ୍ରତିଶତ ଛାତ୍ର ପାସ୍ କରିଛନ୍ତି । ଛାତ୍ରଙ୍କ ତୁଳନାରେ ୦.୩୫% ଛାତ୍ରୀ ଆଗୁଆ ଅଛନ୍ତି । ସିବିଏସଇ ଦଶମରେ ମୋଟ୍ ୨୦ ଲକ୍ଷ ୯୭ ହଜରେ ୧୨୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୦,୭୬,୯୯୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଭୁବନେଶ୍ୱର ରିଜନରେ ପାସ୍ କରିଛନ୍ତି ୯୯.୬୨% ଛାତ୍ରଛାତ୍ରୀ ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପରୀକ୍ଷା ବାତିଲ କରାଯିବା ପରେ ବୋର୍ଡ ଦ୍ୱାରା ଗଠନ କରାଯାଇଥିବା ୧୩ ଜଣିଆ ପ୍ୟାନେଲ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟାଙ୍କନ ପଦ୍ଧତି ଆଧାରରେ ଫଳ ପ୍ରକାଶ ପାଇଛି । କରୋନାର ଦ୍ୱିତୀୟ ଲହର ପାଇଁ ମେ’ ୪ରେ ଆରମ୍ଭ ହେବାକୁ ଥିବା ସିବିଏସଇ ଦଶମ ପରୀକ୍ଷା ବାତିଲ କରାଯାଇଥିଲା । ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଖୁସି ନୁହଁନ୍ତି ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ । କରୋନା ସ୍ଥିତି ସୁଧାରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ ।
ତ୍ରିଭେନ୍ଦ୍ରମ ରିଜନ୍‌ରେ ସର୍ବାଧିକ ୯୯.୯୯% ପିଲା ପାସ୍ କରିଥିବା ବେଳେ ଭୁବନେଶ୍ୱର ରିଜନ୍‌ରେ ୯୯.୬୨% ପିଲା ପାସ୍ କରିଛନ୍ତି । ସେହିପରି କେନ୍ଦ୍ରୀୟ ବିଦ୍ୟାଳୟରେ ଶତପ୍ରତିଶତ ପିଲା ପାସ୍ କରିଥିବା ବେଳେ ନବୋଦୟ ସ୍କୁଲ୍ ଗୁଡ଼ିକର ୯୯.୯୯% ପିଲା ପାସ୍ କରିଛନ୍ତି ।
କରୋନା ଯୋଗୁ ଚଳିତ ବର୍ଷ ପରୀକ୍ଷା କରାଯାଇ ନଥିବା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ଦଶମ ଶ୍ରେଣୀ ପିଲାଙ୍କର ମୂଲ୍ୟାୟନ କରିଛି ସିବିଏସ୍‌ଇ । ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଖୁସି ନୁହଁନ୍ତି, ସେମାନେ ଅଫଲାଇନ ଜରିଆରେ ପରୀକ୍ଷା ଦେଇପାରିବେ । କରୋନା ସ୍ଥିତି ସୁଧାରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ ।

Leave A Reply

Your email address will not be published.

15 + eleven =