ସ୍ୱର୍ଣ୍ଣ ଆଶା ଧୂଳିସାତ୍‌, ବ୍ରୋଞ୍ଜ ପାଇଁ ୫ରେ ଲଢେଇ

ଟୋକିଓ: ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧ ସୁଧା ସବୁକିଛି ଠିକ୍‌ଠାକ୍ ଥିଲା । ଏଭଳିକି ପ୍ରଥମାର୍ଦ୍ଧରେ ଭାରତ ଚମତ୍କାର ପ୍ରଦର୍ଶନ କରି ପୂର୍ବତନ ଚମ୍ପିୟାନ ବେଲ୍‌ଜିୟମ ଉପରେ ଭାରି ମଧ୍ୟ ପଡିଥିଲା । ପ୍ରଥମା୍‌ର୍ଦ୍ଧ ଖେଳ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଜାନ୍‌ଲଗାଇଦେଇ ଖେଳକୁ ୨-୨ସ୍ଥ୍‌ିତିରେ ବରାବର ରଖିଥିଲା । କିନ୍ତୁ ଶେଷ ପର୍ଯ୍ୟନ୍ତ ଭାରତ ତାର ସ୍ଥ୍‌ିତିକୁ ଅକ୍ଷୁର୍ଣ୍ଣ ରଖିପାରିଲା ନାହିଁ । ଲଢେଇ ବେସ୍ ଦମଦାର ଥିଲା । ଶେଷ ପର୍ଯ୍ୟନ୍ତ କୌଣସି ମୁହୁର୍ତରେ କିଛି ବି ଘଟିବାର ସମ୍ଭାବନାକୁ ଏଡାଇ ହେଉନଥିଲା । ମାତ୍ର ଶେଷରେ ଭାରତୀୟ ଦର୍ଶକଙ୍କୁ ନିରାଶ ହେବାକୁ ପଡିଥିଲା । ଦିର୍ଘ ୪୧ ବର୍ଷର ପ୍ରତିକ୍ଷା ପରେ ଭାରତ ପୁଣି ହକିରେ ସ୍ୱର୍ଣ୍ଣ ହାତେଇବ ବୋଲି ଯେଉଁ ଆଶା ଥିଲା ତାହା ନିରାଶାରେ ପରିଣତ ହୋଇଛି । ଆଜି ଭାରତ ଏବଂ ବେଲ୍‌ଜିୟମ ମଧ୍ୟରେ ଅନୁଷ୍ଠିତ ବହୁ ପ୍ରତିକ୍ଷିତ ଅଲମ୍ପିକ୍ ସେମିଫାଇନାଲ୍ ମ୍ୟାଚ୍‌ରେ ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡିଛି । ଫାଇନାଲ୍‌ରେ ପହଞ୍ଚି ପାରିନି ଭାରତୀୟ ପୁରୁଷ ହକି ଟିମ୍ । ତେବେ ବ୍ରୋଜ୍ଞ ପଦକ ପାଇଁ ଲଢିବ ଭାରତ । ଟୋକିଓ ଅଲିମ୍ପିକ୍ସରେ ଫାଇନାଲ୍ ପହଞ୍ଚି ପାରିଲା ନାହିଁ ଭାରତୀୟ ପୁରୁଷ ହକି ଟିମ୍ । ଆଜି ଖେଳା ଯାଇଥିବା ସେମି ଫାଇନାଲ୍ ମ୍ୟାଚ୍‌ରେ ଦଳ ବେଲଜିୟମ୍ ଠାରୁ ହାରି ଯାଇଛି । ଭାରତକୁ ୫-୨ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି ବେଲ୍‌ଜିୟମ । ସ୍ୱର୍ଣ୍ଣ ପଦକ ଆଶା ଧୂଳିସାତ୍ ହେବା ପରେ ଭାରତୀୟ ଟିମ୍ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ । ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଅନ୍ୟ ସେମି ଫାଇନାଲ୍ ମ୍ୟାଚ୍‌ଟି ହେବାକୁ ଥିବା ବେଳେ ସେଥିରୁ ଯେଉଁ ଟିମ୍ ହାରିବ, ତା’ସହିତ ବ୍ରୋଞ୍ଜ ପଦକ ପାଇଁ ଲଢ଼େଇ କରିବ ଭାରତୀୟ ଦଳ । ଅଗଷ୍ଟ ୫ ତାରିଖରେ ଏହି ମ୍ୟାଚ୍ ଖେଳାଯିବ ।
ଆଜି ମ୍ୟାଚ୍‌ରେ ପ୍ରଥମ ଗୋଲ୍ ଦେଇଥିଲା ବେଲଜିୟମ । ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ ଦଳ ଦେଇଥିଲା ପ୍ରଥମ ଗୋଲ୍ । ଦଳ ପାଇଥିବା ଏକ ପେନାଲ୍‌ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲା । ଲୋଇକ୍ ଲୁପେର୍ଟ ଏହି ଗୋଲ୍ ଦେଇଥିଲେ । ଏହା ସହିତ ଦଳ ୧-୦ରେ ଆଗୁଆ ରହିଥିଲା । କିନ୍ତୁ ସପ୍ତମ ମିନିଟ୍‌ରେ ସ୍ଥିତି ବରାବର କରି ଦେଇଥିଲା ଭାରତୀୟ ଦଳ । ଏକ ପେନାଲ୍‌ଟି କର୍ଣ୍ଣରକୁ ଦଳ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲା । ଏହି ଗୋଲ୍‌ଟି ଦେଇଥିଲେ ହରମନପ୍ରୀତ୍ ସିଂହ । ଏହା ପରେ ପରେ ଭାରତ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା । ଏହି ଗୋଲ୍‌ଟି ଦେଇଥିଲେ ମନଦୀପ ସିଂହ । ଏହା ସହିତ ଭାରତ ପ୍ରଥମ କ୍ୱାର୍ଟରେ ୨-୧ରେ ଆଗୁଆ ରହିଥିଲା । ୧୯ ମିନିଟ୍‌ରେ ବେଲିଜୟମ ତରଫରୁ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ଆଉ ଗୋଟିଏ ଗୋଲ୍ ଦେଇଥିଲେ । ଫଳରେ ସ୍ଥିତି ବରାବର ହୋଇଯାଇଥିଲା । ୨-୨ରେ ଦ୍ୱିତୀୟ କ୍ୱାର୍ଟର ଶେଷ ହୋଇଥିଲା । ତୃତୀୟ କ୍ୱାର୍ଟର ବି ୨-୨ରେ ଶେଷ ହୋଇଥିଲା । କିନ୍ତୁ ଶେଷ ୧୫ ମିନିଟ୍‌ରେ ବେଲ୍‌ଜିୟମ ଭାରତ ଉପରେ ୩ଟି ଗୋଲ୍ ଦେଇଥିଲା । ଏଥିରୁ ଗୋଟିଏ ଖେଳର ଶେଷତମ ମିନିଟ୍‌ରେ ହୋଇଥିଲା । ବେଲ୍‌ଜିୟମ ପକ୍ଷରୁ ଆଲେକଜାଣ୍ଡର ହେଣ୍ଡ୍ରିକ୍ସ ତିନୋଟି ଗୋଲ ଦେଇଥିବା ବେଳେ ସେଥିରୁ ଦୁଇଟି ଶେଷ ୧୫ ମିନିଟ୍‌ରେ (୪୯ତମ, ୫୩ ତମ ମିନିଟ୍‌ରେ) ଦେଇଥିଲେ । ଏହା ସହିତ ଚଳିତ ଅଲିମ୍ପିକ୍ସରେ ଏଯାବତ୍ ସେ ୧୪ଟି ଗୋଲ୍ ଦେଇସାରିଲେଣି ।
ସୂଚନାଯୋଗ୍ୟ, ଭାରତୀୟ ଦଳ ଚଳିତ ଅଲିମ୍ପିକ୍ସରେ ବିଜୟରୁ ତା’ର ଅଭିଯାନ ଆରମ୍ଭ କରିଥିଲା । ପ୍ରଥମ ମ୍ୟାଚ୍‌ରେ ଦଳ ୩-୧ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ଦଳ ୭-୧ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା । ତେବେ ପୁଲ୍ ଏ’ରେ ଥିବା ଭାରତୀୟ ଦଳ ଲିଗ୍ ପର୍ଯ୍ୟାୟର ପରବର୍ତ୍ତୀ ୩ଟି ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା । କ୍ୱାର୍ଟର ଫାଇନାଲ୍‌ରେ ଦଳ ଗ୍ରେଟ୍ ବ୍ରିଟେନ୍‌କୁ ୩-୧ରେ ପରାସ୍ତ କରି ଚାରି ଦଶନ୍ଧି ପରେ ପୁଣି ଅଲିମ୍ପିକ୍ସ ସେମି ଫାଇନାଲ୍‌ରେ ପହଞ୍ଚିଥିଲା ।

Leave A Reply

Your email address will not be published.

3 × five =