ଲଭଲିନା ଜିତିଲେ କାଂସ୍ୟ : ଅଲମ୍ପିକ୍ ପଦକ ସଂଖ୍ୟା ୩କୁ ବୃଦ୍ଧି

ଟୋକିଓ: ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନଙ୍କୁ ଅଲିମ୍ପିକ୍ସ ୨୦୨୦ରେ କାଂସ୍ୟ ପଦକ ମିଳିଛି । ୬୯ କିଲୋଗ୍ରାମ ବିଭାଗରେ ଲଭଲିନା ବିଶ୍ୱ ଚମ୍ପିଆନ ବକ୍ସର ତୁର୍କୀର ବୁସେନାଜ ସୁରମେନେଲିଙ୍କ ଠାରୁ ସେମିଫାଇନାଲରେ ପରାସ୍ତ ହୋଇଛନ୍ତି । ତେବେ ଏହି ପରାଜୟ ତାଙ୍କୁ କାଂସ୍ୟ ପଦକ ଆଣିଦେଇଛି । ଏହା ତାଙ୍କର ପ୍ରଥମ ଅଲିମ୍ପିକ ପ୍ରତିଯୋଗିତା ଥିଲା । ଏଥିସହିତ ନଅବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସ ବକ୍ସିଂରେ ଭାରତକୁ ଏକ ପଦକ ମିଳିଛି । ଏମସି ମେରି କମ୍ ଏହା ପୂର୍ବରୁ ଅଲିମ୍ପିକ୍ସରେ ପଦକ ହାସଲ କରିଥିଲେ । ଭାରତ ପକ୍ଷରୁ ବିଜେନ୍ଦର ସିଂହ ୨୦୦୮ରେ ଏବଂ ମେରି କମ୍ ୨୦୧୨ରେ ଅଲିମ୍ପିକ୍ସ ବକ୍ସିଂରେ ପଦକ ବିଜୟୀ ହୋଇଥିଲେ । ଚଳିତ ଅଲିମ୍ପିକ୍ସରେ ଲଭଲିନା ମହିଳା ୱେଲଟରୱେଟ କ୍ୱାର୍ଟର ଫାଇନାଲରେ ଚାଇନିଜ ତାଇପେର ନିଏନ ଚିନଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଣ କରିଥିଲେ । ତେବେ ବୁଧବାର ପ୍ରତିଯୋଗିତାରେ ସୁରମେନେଲି ଲଭଲିନାଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବା ସହିତ ବିଜୟୀ ହୋଇଥିଲେ । ଲଭ୍‌ଲିନ୍‌ଙ୍କ ଏହି ବିଜୟ ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି । ଲଭ୍‌ଲିନ୍‌ଙ୍କ ପଦକ ବିଜୟ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍‌ଦ୍ର ମୋଦୀ, କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

one + 14 =