୧୬ରୁ ଖୋଲିବ ଶ୍ରୀମନ୍ଦିର!

ଭୁବନେଶ୍ୱର: ଅଗଷ୍ଟ ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ୫ ଦିନ ପୁରୀ ସହରବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ୨୩ ତାରିଖରେ ସବୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ । କୋଭିଡ୍ ଗାଇଡ୍‌ଲାଇନ୍‌ରେ ଶ୍ରଦ୍ଧାଳୁମାନେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।
ମହାମାରୀ କରୋନା ପାଇଁ ଦର୍ଶନ ବନ୍ଦ ରହିଥିଲା ଶ୍ରୀମନ୍ଦିର । ବିନା ଭକ୍ତରେ ହୋଇଥିଲା ମହାପ୍ରଭୁଙ୍କ ଘୋଷ ଯାତ୍ରା । ରଥଯାତ୍ରା ସରିବା ପରେ ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିଥିଲା ଛତିଶାନିଯୋଗ ବୈଠକ । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକ କ୍ରିଷନ୍ କୁମାର ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ବିଶାଲ ସିଂ, ସିଡିଏମଓ ସୂଜାତା ମିଶ୍ର, ଛତିଶଟି ନିଯୋଗର ପ୍ରତିନିଧିମାନେ ଯୋଗଦେଇଥିଲେ ।
ବୈଠକ ପରେ ଶ୍ରୀମନ୍ଦିର ଖୋଲିବା ନେଇ ମୁଖ୍ୟପ୍ରଶାସକ ଘୋଷଣା କରିଛନ୍ତି । ନିଷ୍ପତ୍ତି ଅନୁସାରେ ଆସନ୍ତା ୧୬ ତାରିଖ ସୋମବାରରୁ ଖୋଲିବ ଶ୍ରୀମନ୍ଦିର । ପ୍ରଥମ ପାଞ୍ଚ ଦିନ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି । ୨୧ ଓ ୨୨ ତାରିଖ ଶଟ୍‌ଡାଉନ୍ ଥିବାରୁ ଭକ୍ତଙ୍କୁ ମନ୍ଦିର ଭିତରେ ପ୍ରବେଶ ମନା କରାଯାଇଛି । ସେହି ଦୁଇ ଦିନ ଶ୍ରୀମନ୍ଦିର ପରିସର ସାନିଟାଇଜ୍ କରାଯିବ । ୨୩ ତାରିଖରୁ ସମସ୍ତ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଶ୍ରଦ୍ଧାଳୁଙ୍କ ପାଇଁ ଡବଲ ଡୋଜ ଟିକା କିମ୍ବା ଜଞ-ଚଉଜ ନେଗେଟିଭ ଜରୁରୀ । ୯୬ ଘଣ୍ଟା ପୂର୍ବରୁ ଜଞ-ଚଉଜ ନେଗେଟିଭ ରିପୋର୍ଟ ଥିବା ଜରୁରୀ । ସକାଳ ୭ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ । ସପ୍ତାହାନ୍ତ ଶଟଡାଉନ, ଜନ୍ମାଷ୍ଟମୀ ଦିନ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁ ମନା । ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

9 + 4 =