ନାମ ବଦଳକୁ ନେଇ ରାଜନିତୀ..

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ବଦକ ଜିିତିବାର ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଏକ ବଡ ନିଷ୍ପତି ନେଲେ । ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାମ ପରିବର୍ତନ କରି ଏଣିକି ଏହା ମେଜିର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଭାବେ ପରିଚିତ ହେବ ବୋଲି ଘୋଷଣା କଲେ । ବାଶ ଏହି ନାମ ପରିବର୍ତନକୁ ନେଇ ତିନି ଦିନ ହେଲା ସାରା ଦେଶରେ ରାଜିନୀତି ଆରମ୍ଭ ହୋଇଯାଇଛି । ବିରୋଧି କଂଗ୍ରେସ ଦଳ ଏହାକୁ ଆଦୌ ହଜମ କରିପାରୁ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତି କ୍ରୀଡାବିତମାନଙ୍କୁ ଚକିତ କରିଥିବା ବେଳେ ସାଧାରଣର ଏହାକୁ ନେଇ ମିଶ ପ୍ରତିକ୍ରିୟା ପ୍ରକାଶ ପାଇଛି । ମୋଦିଙ୍କ ଏହି ନିଷ୍ପତି ଉପରେ କେହି ବୁଦ୍ଧିଜୀବୀ ଏବଂ ନିରପେକ୍ଷ କିଛି ପ୍ରତିକ୍ରିୟା ଦେବା ଅପେକ୍ଷା ନିରବ ରହିବାକୁ ଉଚିତ ମଣୁଛନ୍ତି । ନିରବ ସିନା ରହୁଛନ୍ତି କିନ୍ତୁ ମୋଦିଙ୍କ ଏହି ନିଷ୍ପତି ଯଥାର୍ଥ ନା ନାହିଁ ଚିନ୍ତା କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ସପକ୍ଷବାଦି ଏବଂ ବିପକ୍ଷବାଦିଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଗଲାଣି । କେତେକ ପ୍ରଧାନମନ୍ତ୍ରୀ ଏପରି ଘୋଷଣାକୁ ଠିକ୍ କେହୁଥିବା ବେଳେ ଆଉ କେତେକ ଏହା ଠିକ୍ ନୁହେଁ ବୋଲି କରିବା ଆରମ୍ଭ କରି ଦେଲେଣି । ତେବେ ଅଧିକାଂଶ ଏହି ନାମ ପରିଗର୍ତନକୁ ଯଥାର୍ଥ ବୋଲି ଭାବୁଛନ୍ତି । ସିଧାସଳଖ ଭାବେ କହିବାକୁ ଗଲେ ଦେଶପାଇଁ ଆତ୍ମବଳୀଦାନ ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ନେଇ ସାଧାରଣରେ ଏକ ଭିନ୍ନ ଆବେଗ କରିଛି ସତ କିନ୍ତୁ କ୍ରୀଡା କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ତାଙ୍କ ନାମରେ କାହିଁକି ରହିବ ବୋଲି ମଧ୍ୟ ଏକ ପ୍ରଶ୍ନ ସାଧାରଣ ଲୋକଙ୍କୁ ବ୍ୟଥିତ କରୁଥିଲା । ଦେଖିବାକୁ ଗଲେ ରାଜୀବ ଗାନ୍ଧୀଙ୍କ ନାମରେ ଏବେ ଯେତେ ପୁରସ୍କାର ଦିଆଯାଉଛି ଜଣେ କେବଳ ତାଙ୍କୁ ପଢ଼ୁ ପଢ଼ୁ ଗୋଟିଏ ଦିନ ଲାଗିଯିବ । ଖାଲି ରାଜୀବ ଗାନ୍ଧୀ କାହିଁକି ଏହି ପରିବାରର ଇନ୍ଦିରା ଗାନ୍ଧୀ, ନେହେରୁ ଆଦିଙ୍କ ନାମରେ ଯେତେ ପୁରସ୍କାର ଏବଂ ପାର୍କ, ବିମାନବନ୍ଧର, ଅଟାଳିକା ଆଦି ରଖାଯାଇଛି ଲାଗିବ ସତେ ଯେମିତି ଆଜି ଭାରତର ଅସ୍ଥିିତ୍ୱ କେବଳ ଏହି ପରିବାର ଯୋଗୁଁ ହିଁ ରହିଛି ଏବଂ ଆଉ କାହାର କିଛି ଅବଦାନ ନାହିଁ । ଖାଲି ନେହେରୁ, ଗାନ୍ଧୀ ପରିବାର ନୁହେଁ ପ୍ରବେଶିକ ସ୍ରତରେ ମଧ୍ୟ କିଛି ନିର୍ଦ୍ଧିଷ୍ଟ ନେତା ଏବଂ ପରିବାର ବର୍ଗଙ୍କ ନାମରେ ଏବେ ଅଧିକ ପୁରସ୍କାର ଓ ନାମକରଣ କରାଯାଇଛି ଯାହାକୁ ହଜମ କରିହେଉନାହିଁ । ପ୍ରଶ୍ନ ଉଠୁଛି ଯେ ଏହି ପ୍ରଚାର ସର୍ବସ୍ୱ ଚିନ୍ତାଧାରା କାହିଁକି । କଣ କେବଳ ରାଜନୈତିକ ଫାଇଦା ପାଇଁ । ସମ୍ଭବତ । ବିଜ୍ଞାପନ ବଜାରରେ ଗ୍ରହଣ କରାଯାଉଥିବା ପ୍ରଚାର ନିତୀ-ଗୋଟିଏ ନିର୍ଦ୍ଧିଷ୍ଟ ବ୍ରାଣ୍ଡକୁ ବାରମ୍ବାର ପ୍ରଚାର କରି ଜନମାନସପଟରେ ଜବରଦସ୍ତ ଲଦି ଦେଲା ଭଳି ରାଜନୀତି କ୍ଷେତ୍ରରେ ମଧ୍ୟ କିଛି ବ୍ୟକ୍ତିବିଶେଷଙ୍କୁ ଲୋକଙ୍କ ମାନସପଟରେ ଭର୍ତି କରିଦିଆଯାଇଛି । ଯାହାକ ଏକ ସୁଦୁରପ୍ରସାରୀ ପ୍ରଭାବ ରହୁଛି । ପ୍ରଶ୍ନ ଉଠୁଛି ଯେ ରାଜନୀତି କରୁଥିବା ବ୍ୟକ୍ତି ବିଶେଷ ବା ଦଳ ଜାଣିଶୁଣୀ ଏହା କାହିଁକି କରୁଛନ୍ତି । ଏଠି ଆଦର୍ଶ ଯାଉଛି କୁଆଡେ । ଏବେ ବିରୋଧି କଂଗ୍ରେସ ଅଭିଯୋଗ କରୁଛି ଯେ ମୋଦି ସରକାର ଅସହିଷ୍ଣୁ ଏବଂ ରାଜୀବ ଗାନ୍ଧୀଙ୍କ ଭଳି ଜଣେ ମହାନ ନେତାଙ୍କ ନାମ ଗୋଟିଏ ପୁରସ୍କାରରୁ ହଟାଇ ଦେଲେ ତାଙ୍କ ବିରାଟ ବ୍ୟକ୍ତିତ୍ୱ ମଳିନ ପଡିବନି କିମ୍ବା ସାଧାରଣ ଲୋକଙ୍କ ମାନପ୍ରଗଟରୁ ସେ ହଟିଯିବେ ନାହଁ । କଂଗ୍ରେସର ଏହି ଉକ୍ତିକୁ ଯଦି ଗ୍ରହଣ କରିନିଆଯାଏ ସେମାନେ ସମ୍ଭବତ ଠିକ୍ କହୁଛନ୍ତି । ଯଦି ସେମାନେ ଠିକ୍ କହୁଛନ୍ତି ତେବେ ସେମାନେ ଅଧିକ ବିଚଳିତ ନ ହୁଅନ୍ତି କିମ୍ବା ପ୍ରତିକ୍ରୀୟାଶାଳୀ ମଧ୍ୟ ନ ହୁଅନ୍ତୁ । ଅନ୍ୟପଟେ ମୋଦି ମଧ୍ୟ ସମପରିମାଣରେ ବିଚାରବନ୍ଦ ହୋଇ ନିଜ ନାମରେ ନାମିତ ଦେଶର ସବୁଠୁ ବଡ କ୍ରୀଡା ଷ୍ଟାଡିୟମ କିମ୍ବା ସ୍ୱର୍ଗତ ଅରୁଣ ଜେଟଲିଙ୍କ ନାମରେ ନାମିତ କ୍ରିକେଟ ଷ୍ଟାଡିୟମରୁ ନାମ ହାଟାଇଦେବା ଉଚିତ । ତେବେ ସେ ଯାହା ବି ହେଉ ପରସ୍ପର ଉପରେ କାଦୁଆ ଫୋପଡା ଫିଙ୍ଗାରୁ ଦ୍ୱରରେ ରହି ରାଜନୈତିକ ବ୍ୟକ୍ତି ଓ ଦଳ ଉର୍ଦ୍ଧରେ କରି କାମ କରିବାର ସମୟ ଆସିଯାଇଛି । ଯେଉଁ କ୍ଷେତ୍ରରେ ଯିଏ ପ୍ରକୃତ ଲୋକ ସେମାନଙ୍କ ନାମରେ ନୂତନ ନାମକରଣ ହେଉ । ଏହା ଦ୍ୱାରା ପ୍ରକୃତ ବ୍ୟକ୍ତିଙ୍କୁ ସମ୍ମାନ ପ୍ରଦର୍ଶନ ସହ ମହାନ ଭାରତୀୟ ଆଦର୍ଶ ଚରିତାର୍ଥ ହୋଇପାରିବ ।

Leave A Reply

Your email address will not be published.

2 × 3 =