କଟକ ସି.ସି.ବି.ର ୱେବ୍ସାଇଟ୍ ଉନ୍ମୋଚନ

କଟକ: ଆଜି ଅପରାହ୍ନରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଦ୍ ଭାବନା ସଭାଗୃହରେ ବ୍ୟାଙ୍କର ନିଜସ୍ୱ ୱେବ୍ସାଇଟ୍ WWW.CUTTACKCCB.CO.IN ମାନ୍ୟବର ଜିଲ୍ଲାପାଳ,ଅତିରକ୍ତ ନିବନ୍ଧକ, ସମବାୟ ସମିତି ସମୂହ,କଟକ ତଥା ବ୍ୟାଙ୍କର ପରିଚାଳନା ପରିଷଦ ପାଇଁ ସରକାରୀ ନିଯୁକ୍ତ ପ୍ରଶାସକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚୟନୀଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଓଡିଶା ସମବାୟ ଆନ୍ଦୋଳନର ମୂଖ୍ୟ ଭାବଧାରାରେ ପ୍ରତିଷ୍ଠିତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଏକ ବୃହତ ଅଗ୍ରଣୀ ବ୍ୟାଙ୍କ । ଏହି ବୟାଙ୍କବିଗତ ୬୫ବର୍ଷ ଧରି କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାକୁ ନେଇ ୩୮ଗୋଟି ଶାଖା ମାଧ୍ୟମରେ ୪୬୬ ଗୋଟି ସେବା ସମବାୟ ସମିତି, ୨ଟି କୃଷଲ ସେବା ସମବାୟ ସମିତି ସହିତ ବହୁ ଅଣକୃଷି ସମବାୟ ସମିତି ମାନଙ୍କୁ ଅନୁବନ୍ଧିତ କରି ସୋମାନଙ୍କର ନିର୍ବାଚିତ ପ୍ରତିନିଧିତ୍ୱରେ ଉକ୍ତ ବ୍ୟାଙ୍କ ପରିଚାଳିତ ହୋଇଆସୁଅଛି । ବିଶେଷ ଭାବରେ ୬୪୦ ଗୋଟି ଅଣକୃଷି ସମିତି ମାଧ୍ୟମରେ ଅନ୍ୟୁନ ୧୦ଲକ୍ଷରୁ ଉର୍ଦ୍ଧ କୃଷକ,ବୁଣାକାର,କାରିଗର ଓ ଅଣକୃଷି କାର୍ଯ୍ୟ ପାଇଁ ନିରବଚ୍ଛିନ୍ନ ଭାବରେ ଆର୍ଥୀକ ସହାୟତା ପ୍ରଦାନ କରି ଏହି ଜିଲ୍ଲା ଗୁଡିକର ଉନ୍ନତିରେ ପ୍ରମୂଖ ଭୂମିକା ଗ୍ରହଣ କରି ଆସୁଅଛି । ବ୍ୟାଙ୍କ ଗତ ୨୦୧୯-୨୦ ଆର୍ଥୀକ ବର୍ଷରେ ଏହାର କାର୍ଯ୍ୟକାରୀ ମୂଳଧନ ପରିମାଣ୩୬୩୦.୬୮ କୋଟି, ଜମାରାଶି ୧୫୧୨.୨୮ କୋଟିରେ ପହଁଚିପାରିଛି । ବ୍ୟାଙ୍କ ଗତ ୨୦-୨୧ ଆର୍ଥୀକ ବର୍ଷ ଖରିଫ ଓ ରବି ଋତୁରେ ୨୬୫୬.୮୬ କୋଟି ଟଙ୍କା ଋଣ ପ୍ରଦାନ କରିଅଛି, ଯାହାକି ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କ ଠାରୁ ଯଥେଷ୍ଟ ଅଧିକ । ବ୍ୟାଙ୍କ ଅଦ୍ୟାବଧି ୬୦୦୦ରୁ ଉର୍ଦ୍ଧ ସ୍ୱୟଂସହାୟକ ଗୋଷ୍ଠୀମାନଙ୍କୁ ୧୦୦ କୋଟି ଟଙ୍କା ଋଣ ପ୍ରଦାନ କରିଅଛି । ବ୍ୟାଙ୍କର ସିଡି ରେସିଓ ଶତକଡା ୧୪୧.୬୦ ରହିଅଛି, ଯାହାକି ରାଜ୍ୟର ସମସ୍ତ ବ୍ୟାଙ୍କ ମାନଙ୍କ ଠାରୁ ଅଧିକ ରହିଛି । ବ୍ୟାଙ୍କ ବିଭିନ୍ନ ସଂସ୍ଥାରେ ୧୨୫୮.୭୬ କୋଟି ଟଙ୍କା ପୁଂଜି ନିବେଶ କରିଅଛି ଏବଂ ଗତ ୨୦୧୯-୨୯ ବର୍ଷରେ ୧୯କୋଟି ୫୫ଲକ୍ଷ ନିଟ୍ ଲାଭ କରିଅଛି ।

Leave A Reply

Your email address will not be published.

five − four =