ବ୍ରହ୍ମପୁର: ଓଶିଶା ଷ୍ଟାଫ୍ ସିଲେକ୍ସନ ବୋର୍ଡର ନିଯୁକ୍ତି କ୍ଷେତ୍ରରେ ହେଉଥିବା ନିଲାମ୍ , ଜାଲିଆତି, ବ୍ୟାପକ ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ଦାବିରେ ଆଜି ଭାରତୀୟ ଛାତ୍ର ଫେଡେରେସନ୍ (ଏଓଏଫଆଇ) ଓ ଭାରତର ଗଣତାନ୍ତ୍ରୀକ ଯୁବ ଫେଡେରେସନ୍ (ଡିୱାଇଏଫଆଇ)ତରଫରୁ ଆଜି ବ୍ରହ୍ମପୁର କମାପଲ୍ଲି ଛକଠାରେ ବିକ୍ଷୋଭ ଓ ପ୍ରତିବାଦ ସଂଗଠିତ ହୋଇଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଏସଏଫଆଇର ପୂର୍ବତନ ଛାତ୍ର ନେତା ବସନ୍ତ ନନ୍ଦ ଯୋଗଦେଇ ବକ୍ତବ୍ୟ ଦେଇ କହିଥିଲେ ଯେ ଷ୍ଟାଫ୍ ସିଲେକସନ ବୋର୍ଡ ଜରିଆରେ ସରକାରୀ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ଯେଉଁ ଦୁର୍ନୀତିର ପର୍ଦାଫାସ ହୋଇଛି ତାହା ରାଜ୍ୟ ସରକାରଙ୍କ ଅପାରଗତା ହିଁ ଦାୟୀ େବୋଲି କହିଥିଲେ । ନିଯୁକ୍ତି କ୍ଷେତ୍ରରେ ଲାଂଚ କାରବାର ଜାଲିଆତି ଯୋଗୁ ବହୁ ମେଧାବୀ ଯୁବକ ଯୁବତୀ ଚାକିରୀ ପାଇବାରୁ ବଂଚିତ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ଉପରଠାରୁ ତଳ ପର୍ଯ୍ୟନ୍ତ ହୋଇଥିବା ଦୁର୍ନୀତିର ସ୍ୱତନ୍ତ୍ର ଅନୁସନ୍ଧାନ କାରୀ ଦଳ ଏଓଆଇଟି ଦ୍ୱାରା ତଦନ୍ତ କରି ଦୋଷୀଙ୍କ ଉପରେ କଠୋର ଦଣ୍ଡ ବିଧାନ କରିବାକୁ ସେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ବ୍ୟାପକ ଆନେ୍ଦାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୁବ ଫେଡେରେସନ ଜିଲ୍ଲା ସଭାପତି ତ୍ରିଲୋଚନ ପ୍ରଧାନ, ସମ୍ପାଦକ ଅଜିତ୍ ପାଣିଗ୍ରାହୀ, ଶ୍ରୀଧର ପ୍ରଧାନ, ପ୍ରଦୀପ ମଣ୍ଡଳ, ଟୁକୁନା ସ୍ୱାଇଁ, କୃଷ୍ଣ ତରାଇ, ବୌରାଗି ମଲ୍ଲିକ, ସୁମନ୍ତ ଦଳବେହେରା ଏବଂ ଛାତ୍ର ଫେଡେରେସନ ନେତା ଚନ୍ଦ୍ର ଶେଖର ନାୟକ, ବିଶାଳ ନାୟକ, ସମିର ସାହୁ ଓ ସୁମନ୍ତ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ ।