ନିର୍ମାଣ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ, ୪୦୦ ସେବାୟତଙ୍କୁ ମିଳିବ ଘର

ପୁରୀ: ପ୍ରାଥମିକ ପର୍ଯ୍ୟାୟରେ ଶ୍ରୀ ମନ୍ଦିିରର ୪୦୦ ସେବାୟତଙ୍କୁ ଘର ମିଳିବ । ଆଜି ଏନେଇ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକ ପରେ ଏସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର କହିଛନ୍ତି ଯେ, ଘର ପାଇଁ ପ୍ରତି ସେବାୟତଙ୍କୁ ଘର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ସେବାୟତ ଚାହିଁଲେ ନିଜ ଖର୍ଚ୍ଚରେ ମଧ୍ୟ ଘରକୁ ଆହୁରି ବଢାଇପାରିବେ । ପରିବାର ପିଛା ୬ ଶହ ବର୍ଗଫୁଟ ଜମି ମିଳିବ । ୮ ଏକର ଜମିରେ ନିର୍ମାଣ ହେବ ସେବାୟତଙ୍କ ଘର । ସେହିଭଳି ପୁରୀରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ପାଇଁ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଗଠନ ହେବ । ପରିଚାଳନା କମିଟି ଅଧିନରେ ସୋସାଇଟି ଗଠନ ହେବ । ଶ୍ରୀମନ୍ଦିର ଗୁରୁକୁଳ ଫଣ୍ଡ ଗଠନ ହେବ । ଫଣ୍ଡ ମାଧ୍ୟମରେ ଗୁରୁକୁଳର ବିକାଶ କରାଯିବ । ୧୭ ଏକର ଜମି ମାଟିତୋଟାରେ ଗୁରୁକୁଳ ପାଇଁ ବ୍ୟବହାର ହେବ । ଗଜପତି ମହାରାଜା ସୋସାଇଟିର ଚେୟାରମ୍ୟାନ ରହିବେ । ଗୋଟିଏ ସଂସ୍ଥା ସହ ଗୁରୁକୁଳ ପାଇଁ ଏମଓୟୁ ହେବ । ଆଦର୍ଶ ଗୁରୁକୁଳ ପାଇଁ ଓଡିଶା ସରକାର ସମସ୍ତ ଖର୍ଚ୍ଚ କରିବେ । ଏହି ପ୍ରକଳ୍ପରେ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ ।ଏହାବାଦ୍ ଶ୍ରୀମନ୍ଦିର ରକ୍ଷାଣବେକ୍ଷଣ ପାଇଁ ୫ ବର୍ଷିୟା ପ୍ଲାନିଂ ହେବ । ଏହା ବାବଦରେ ଏଏସ୍ଆଇ ଠାରୁ ପ୍ଲାନ ଆହ୍ୱାନ କରାଯିବ । ମନ୍ଦିର ପ୍ରଶାସନ ସହ ମିଶି ଏଏସ୍ଆଇ ମନ୍ଦିର ରକ୍ଷାଣବେକ୍ଷଣ ନେଇ ନିଷ୍ପତ୍ତି ନେବ । ରକ୍ଷଣାବେକ୍ଷଣ ପାଇଁ ଅଧିକ ଅର୍ଥ ଦରକାର ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଦେବେ । ରଥଯାତ୍ରା ପରେ ରଥର ଚକକୁ ମାଗଣାରେ ଯୋଗାଇ ଦିଆଯିବ । ଏନେଇ ସବକମିଟିକୁ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.

9 + 4 =