ବ୍ରହ୍ମେଶ୍ୱରରେ ଦୋଳ ମେଳଣ ମହାସମାରୋହରେ ପାଳିତ

ଭୁବନେଶ୍ୱର : ବ୍ରହ୍ମେଶ୍ୱର ପାଟଣା ଛକ ନିକଟ ମେଳଣ ପଡ଼ିଆରେ ୯୨ତମ ବ୍ରହ୍ମେଶ୍ୱର ଭାଗବତ ପଂଚୁଦୋଳ ମେଳଣ ଆରମ୍ଭ ହୋଇଛି । ଏଥିରେ ବ୍ରହ୍ମେଶ୍ୱର ସମେତ ବଡ଼ଗଡ଼, ଲକ୍ଷ୍ମୀସାଗର, କେଶୁରା, ବାସୁଆଘାଇ ଓ ବାଙ୍କୁଆଳ ଗ୍ରାମର ଠାକୁର ଦୋଳ ମେଳଣରେ ସାମିଲ ହୋଇଥିଲେ । ଦୁଇ ବର୍ଷ ହେଳା ମେଳନ ବନ୍ଦ ପରେ ପୂର୍ବତନ କର୍ପୋରେଟର ପୁଷ୍ପା ଦାସଙ୍କ ଉଦ୍ୟମକ୍ରମେ ପୁଣି ଏହି ଦୋଳ ମେଳଣ ଆରମ୍ଭ ହୋଇଛି । ଯାହାକୁ ନେଇ ଉତ୍ସାହିତ ହୋଇ ଭକ୍ତମାନେ ସାମିଲ ହୋଇଛନ୍ତି । ଗ୍ରାମରେ ଠାକୁର ମେଳଣ ହୋଇ ଭୋଗ ଖାଇବା ପରେ ମେଳଣ ପଡ଼ିଆକୁ ଯାଇଥିଲେ । ଏଥିରେ ମେଳଣ କମିଟିର ସନ୍ତୋଷ ସାହୁ ବାବୁଲି ବେହେରା, ଦେବାଶିଷ ବେହେରା, ଶିବୁ ବେହେରା, କାଳୁ ବେହେରା, ତପନ କୁମାର ସ୍ୱାଇଁ ଓ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.

6 + eighteen =