ତାଲୁକ ଆଇନ ସେବା କମିଟିର ମହିଳା ସଶକ୍ତିକରଣ ଓ ସଚେତନତା କାର୍ଯ୍ୟକ୍ରମ

ଚମ୍ପୁଆ : ଚମ୍ପୁଆ ତାଲୁକ ଆଇନ୍ ସେବା କମିଟି ଆନୁକୂଲ୍ୟରେ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳରେ ମହିଳା ସଶକ୍ତିକରଣ ଓ ସଚେତନତା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ତାଲୁକ୍ ଆଇନ୍ ସେବା କମିଟିର ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଶ୍ରିମତୀ ସଂଙ୍ଗୀତା ସୀଂହ, କେନ୍ଦୁଝରର ବରିଷ୍ଠ ଆଇନଜୀବୀ  ଏବଂ ଶ୍ରିମତୀ ପଦ୍ମୀନି ମିଶ୍ର, ଚମ୍ପୁଆର ବରିଷ୍ଠ ଆଇନଜୀବୀ  ମହିଳାଙ୍କ ବିଭିନ୍ନ ପ୍ରକାର ଆଇନଗତ ସମସ୍ୟା ବିଷୟରେ ବର୍ଣ୍ଣନା କରିଥିଲେ । ଏହି ସଭାରେ ଜେ.ଏମ୍.ଏଫ୍.ସି ସୁଶ୍ରୀ ସାଇପ୍ରୀୟା ତ୍ରିପାଠୀ, ବାର୍ ସଭାପତି ଶ୍ରୀ ହରେକୃଷ୍ଣ ମିଶ୍ର, ଫ୍ରଣ୍ଟ ଅଫିସ୍ ରିଟେନର୍ ଶ୍ରୀ ରାମବଲ୍ଲଭ ମିଶ୍ର,  ବରିଷ୍ଠ ଆଇନଜୀବୀ ବିଷ୍ଣୁ ଚରଣ ରାଠୋର୍ ଏବଂ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ମାନେ ବକ୍ତବ୍ୟରେ ମହିଳାଙ୍କୁ  ସଶକ୍ତିକରଣ କରିବା ଦିଗରେ ବିଭିନ୍ନ ଯୋଜନା, ସଂରକ୍ଷଣ ବ୍ୟବସ୍ଥା ଏବଂ ମାଗଣା ଆଇନ ସେବା ସମ୍ପର୍କ ବିଷୟରେ ଆଲୋକପାତ କରାଇଥିଲେ । ସରକାରଙ୍କ ପକ୍ଷରୁ ପରିବାର ପରାମର୍ଶ କେନ୍ଦ୍ର ମାଧ୍ୟମରେ ବାଲ୍ୟବିବାହକୁ ବିରୋଧ, ବିଧବାଙ୍କ  ସୁରକ୍ଷା ଓ ଥଇଥାନ, ଯୈ।ତୁକ ନିର୍ଯାତନା, ଅମ୍ଳ ଆକ୍ରମଣ, ଶିଶୁ ଯୈ।ନ ଉତ୍ପୀଡନ ଘଟଣାକୁ ନଜରକୁ ଆଣୀଲେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡ।ଦେଶ ବ୍ୟବସ୍ଥା ରହିଛି । ଏଭଳି ଘଟଣା ଘଟିଲେ  କିମ୍ବା ସମ୍ମୁଖୀନ ହେଲେ ମହିଳା ହେଲ୍ପଲାଇନ୍ ୧୮୧ ନମ୍ବରକୁ  ସମ୍ପର୍କ  କରିବାକୁ ପରାମର୍ଶ ଦିଆଯାଇଅଛି । ଏହି ସଭାକୁ ସହକାରୀ ଅବଦୁଲ ସୁରଜ ଖାନ୍ ପରିଚାଳନା କରିଥିବା ବେଳେ କୋର୍ଟର  ନାଜୀର୍ ପଙ୍କଜ କୁମାର ନାୟକ,  ସ୍ବେଚ୍ଛାସେବୀ ରାମ୍ କ୍ରୀଷ୍ନ ଜୀତ୍ ଏବଂ ମନୋଜ୍ କୁମାର୍ ନାଏକ୍ ସହଯୋଗ କରିଥିଲେ। 

Leave A Reply

Your email address will not be published.

19 − seven =