ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୧୭ଟି କାର୍ଯ୍ୟ ଦିବସ ରହିବ । ଏହା ଆସନ୍ତା ମାସ ଅର୍ଥାତ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏକ ମାସର ବ୍ୟବଧାନ ପରେ ବଜେଟ୍ ଅଧିବେଶନ ପୁଣି ଆରମ୍ଭ ହେବାକୁ ଯାଉଥିବାରୁ ଅଧିବେଶନ କାଳରେ ବିଭାଗୀୟ ସଂସଦୀୟ ସ୍ଥାୟୀ କମିଟି, ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗୀୟ ଅନୁଦାନ ସମ୍ପର୍କିତ ଆଲୋଚନା ହେବ ।
ସଂସଦର ବଜେଟ୍ ଅଧିବେଶନ ଗତ ଜାନୁଆରୀ ୩୧ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂସଦର ଉଭୟ ଗୃହର ମିଳିତ ବୈଠକକୁ ସମ୍ବୋଧିତ କରି ଆରମ୍ଭ ହୋଇଥିଲା । ସଂସଦ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିଥିଲା । ଏହି ଅବଧିରେ ସମୁଦାୟ ୧୦ଟି କାର୍ଯ୍ୟ ଦିବସ ରହିଥିଲା ।