ନିଜ ଜନ୍ମମାଟିରେ ମି.କର୍ଣ୍ନାଟକଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା

ଚମ୍ପୁଆ : ଦୀର୍ଘ ୪ ବର୍ଷ ପରେ ନିଜ ଜନ୍ମ ମାଟିକୁ ଫେରିଛନ୍ତି ସୁନାମଧନ୍ୟ ପୁଅ ମି.କର୍ଣ୍ନାଟକ ଓ ମି.ଦୁଵାଇ ସମ୍ମାନରେ ସମ୍ମାନିତ ସୁନାରାମ ପୂର୍ତ୍ତି  । ଏହି ଅବସରରେ ଆଜି ତାଙ୍କୁ ଚମ୍ପୁଆ ପ୍ରଶାସନ ଓ ନିଜ ଗାଁ ରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଚମ୍ପୁଆ ବ୍ଲକ ଚନ୍ଦ୍ରଶେଖରପୁର ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ରପୁର ଗାଁର ସୁନାରାମ ଚାକିରି ଅନ୍ୟେଷଣରେ କର୍ଣ୍ଣାଟକ ଯାଇଥିଲେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ସେଠାରେ ନିଜ ଅଧ୍ୟବସାୟ ବଳରେ ନିଜକୁ ବଡ଼ି ବିଲଡର ଭାବେ ଗଢି ତୋଳିଲେ । ଫଳରେ ସେହି ରାଜ୍ୟରେ ସେ ୨୦୦୪,୨୦୦୬ ଓ ୨୦୧୨ ରେ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତିଯୋଗୀତାରେ ପ୍ରଥମ ହୋଇ ମି.କର୍ଣ୍ନାଟକ ଆଖ୍ୟାରେ ସମ୍ମାନିତ ହୋଇଥିଲେ ।୨୦୨୦ ଆରବ ରାଷ୍ଟ୍ର ଦୁବାଇରେ ମି.ଦୁଵାଇ ସମ୍ମାନରେ ସମ୍ମାନିତ ହୋଇଥିଲେ । ଚାରି ବର୍ଷ ପରେ ଆଜି ନିଜ ଜନ୍ମମାଟିକୁ ଫେରିବା ପରେ ଚମ୍ପୁଆ ପ୍ରଶାସନ ତରଫରୁ ଅତିରିକ୍ତ ତହସିଲଦାର ରମେଶ ନାଏକ, ସ୍ଥାନୀୟ ଓକିଲ ସଂଘର ବରିଷ୍ଠ ସଦସ୍ୟ, ବୁଦ୍ଧିଜୀବୀ, ସାମ୍ବାଦିକମାନେ ତାଙ୍କୁ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ସ୍ମରଣଯୋଗ୍ୟ କି ସେ ପଢୁଥିବା ବିଦ୍ୟାଳୟରେ ଏକ ଗ୍ୟାଲେରୀ ସହ ଷ୍ଟାଡିୟମ ନିର୍ମାଣ ପାଇଁ ୨କୋଟି ଟଙ୍କାର ସହାୟତା ଯୋଗାଇ ଦେବେ ବୋଲି ପ୍ରକାଶ କରିଛନ୍ତି। ସେହି ରାଜ୍ୟରେ ସେ ତିନୋଟି ଜିମ ସେଣ୍ଟର ଖୋଲି ପିଲା ମାନଙ୍କୁ ଟ୍ରେନିଂ ଦେଉଥିବା କହିଥିଲେ । 

Leave A Reply

Your email address will not be published.

18 − thirteen =