ନବୀନଙ୍କୁ ଭେଟିଲେ ମମତା

ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ସାକ୍ଷାତ କରିଛନ୍ତି । ଆଜି ପୁରୀରେ ଦୁଇଦିନିଆ ଗସ୍ତ ସମାପନ କରି ସେ ସଡକପଥରେ ଭୁବନେଶ୍ୱର ଆସିଥିଲେ । ନବୀନଙ୍କୁ ଶାଲ୍ ଉପହାର ଦେଇଛନ୍ତି । ସେହିପରି ଜାମଦାନୀ ଶାଢୀ ଦେଇ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମମତା ଏହି ସମୟରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ଗସ୍ତରେ ଆସି ଆଜି ଅନ୍ତିମ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ପ୍ରକାଶ । ସୂଚନାଯୋଗ୍ୟ ଯେ, ସେ ତିନି ଦିନିଆ ଓଡିଶା ଗସ୍ତରେ ଆସିଥିଲେ । ଓଡ଼ିଶା ଗସ୍ତରେ ଆସିଥିବା ମମତା ବାନାର୍ଜୀ ଗତ ୨୧ ତାରିଖ ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ସଡ଼କପଥ ଦେଇ କଡ଼ା ସୁରକ୍ଷା ମଧ୍ୟରେ ପୁରୀରେ ପହଞ୍ଚିଥିଲେ । ସମୁଦ୍ର କୂଳ ନିକଟ ନିର୍ବାଣ ନିବାସରେ ଦିଦି ଦୁଇ ଦିନ ଅବସ୍ଥାନ କରିବା ସହ ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ ଜାଗା ଓ ପରେ ଶ୍ରୀମନ୍ଦିର ଯାଇ ଜଗା ଦର୍ଶନ କରି ଆଶିଷ ଲାଭ କରିଥିଲେ । ପଶ୍ଚିମବଙ୍ଗ ଅତିଥି ଭବନ ନିର୍ମାଣ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଚୟନ ହୋଇଥିବା ଜାଗାକୁ ଦେଖି ଦିଦି ବେଶ୍ ପସନ୍ଦ କରିଥିଲେ । ତେବେ ପୁରୀ ସଦର ଗିରଳ ନିକଟ ସିପସରୁବାଲି ମୌଜାରେ ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ କେତେ ଜାଗା ରାଜ୍ୟ ସରକାର ଯୋଗାଇ ଦେବେ ସେନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଦିଦି ଆଲୋଚନା କରିଥିବା ବେଳେ ରାଜନୈତିକ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିବା ପ୍ରକାଶ । ପ୍ରକାଶ ଥାଉ କି, ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ କ୍ଷମତାସୀନ ବିଜେପିର ମୁକାବିଲା ପାଇଁ ବିରୋଧୀ ଦଳଙ୍କୁ ନେଇ ତୃତୀୟ ସାମ୍ମୁଖ୍ୟ ଗଠନ କରିବା ନେଇ ମମତା ଏବେ ଅଂଟା ଭିଡିଛନ୍ତି । ସେ ବିଭିନ୍ନ ରାଜ୍ୟ ଗସ୍ତ କରି ଆଂଚଳିକ ଦଳ ନେତାମାନଙ୍କୁ ଭେଟି ଆଲୋଚନା କରିବେ ବୋଲି ତାଙ୍କ ନିକଟତମ ମହଲରୁ ଜଣାଯାଇଛି ।

Leave A Reply

Your email address will not be published.

three + 20 =