ଡାବୁଗାଁ : ମହାମାରୀ କରୋନା ର ପ୍ରଭାବ ର ଯୋଗୁଁ ବନ୍ଦ ରହିଥିବା ମା ଠାକୁରାଣୀ ଙ୍କ କଳସୀ ଯାତ୍ରା ପୁଣି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଛି l ମା ଠାକୁରାଣୀଙ୍କ କଳସୀଯାତ୍ରା ଆଜି ଡାବୁଗାଁ ପଞ୍ଚାୟତ ସମିତି ଅନ୍ତର୍ଗତ ମେଦନା ଗ୍ରାମ ରେ ଧୁମ ଧାମ ର ସହ ଆରମ୍ଭ ହୋଇଛି |ନବରଙ୍ଗପୁର ଜିଲ୍ଲା ମେଦନା ଗ୍ରାମ ପଂଚାୟତ ପରିସରରେ ପ୍ରତିବର୍ଷ ଗ୍ରାମବାସୀ ଙ୍କ ଦ୍ୱାରା ଗ୍ରାମଦେବୀ ମା ଠାକୁରାଣୀ ଙ୍କ ଘଣ୍ଟଯାତ୍ରା ଵା କଳସୀଯାତ୍ରା ଅନୁଷ୍ଠିତ ହୋଇଥାଏ |ଚୈତ୍ର ମାସ ଶୁକ୍ଲପକ୍ଷ ମା ଙ୍କର ଏହି ଯାତ୍ରାଟି ପାଳିତ ହୋଇଥାଏ |ଗ୍ରାମବାସୀ ବଡ ଉତ୍ସାହର ସହ ମା ଙ୍କ ଏହି ଯାତ୍ରା କୁ ପାଳିଥାନ୍ତି |ନବ ଦିନାତ୍ମକ ଏହି ଯାତ୍ରା ରେ ଗ୍ରାମର ସମସ୍ତ ଦେବଦେବୀ, ଗ୍ରାମବାସୀଙ୍କ ଦ୍ୱାରା ପୂଜିତ ହୋଇଥାନ୍ତି |ଗ୍ରାମର ପୂଜାରୀ, ଦିଶାରୀ, ଗାଣ୍ଡା, ଗାଉଁଟିଆ, ଚଳାନ ଏବଂ ସମସ୍ତ ଗ୍ରାମବାସୀ ମା ଙ୍କ ଏହି ଯାତ୍ରା ସେ ସାମିଲ ହୋଇଥାନ୍ତି |ମା ନଅଦିନ ଯାଏ ଘରକୁ ଘର ବୁଲି ଭକ୍ତ ଙ୍କ ଦ୍ୱାରା ପୂଜାପାଆନ୍ତି ଏବଂ ହାରୀଗୁହାରୀ ଶୁଣିଥାନ୍ତି |ଗ୍ରାମ ର ମନ୍ଦିର ପରିଚାଳନା କମିଟି ବେସ ନିଷ୍ଠାର ସହ ଶାନ୍ତିଶୃଙ୍ଖଳା ରେ ମା ଙ୍କ କଳସୀ ଯାତ୍ରା କୁ ନଅ ଦିନ ଯାଏ ପରିଚାଳନା କରିଥାନ୍ତି |ଚଲିତ ବର୍ଷ ପରିଚାଳନା କମିଟି ର ସଦସ୍ୟ ମାନଙ୍କ ମଧ୍ୟରେ ଗ୍ରାମର ସଭାପତି ମଧୁ କଲାର, ସମ୍ପାଦକ କମଳଚନ ମାଝୀ, କୋଷାଦକ୍ଷ ମଣ୍ଟୁ ମାଝୀ ଦାୟିତ୍ୱ ରେ ରହିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆଦିକାନ୍ତ ମାଝୀ, କୁନା, ନୀଳକଣ୍ଠ, ଭକ୍ତ, ଭଗବାନ, ଜୁଦେଷ୍ଠୀ, ବିକାଶ, ହିରେନ୍ଦ୍ର, ବେଦ, ପପୁ, ସୁଶାନ୍ତ, ହରିବନ୍ଧୁ, ସୁବାସ, ଜଗଦିଶ ପ୍ରମୁଖ ପରିଚାଳନା ଦାୟିତ୍ୱ ରେ ରହିଛନ୍ତି |