କରଞ୍ଜିଆ ଓକିଲ ସଂଘ ନିର୍ବାଚନରେ ମହାମହା ରଥି ନିର୍ବାଚିତ

କରଞ୍ଜିଆ :  ବହୁଦିନ ଅପେକ୍ଷାର ଅନ୍ତ ଘଟି ତା 25.03.23(ଶନିବାର) କରଞ୍ଜିଆ ଓକିଲସଂଘ ନିର୍ବାଚନର ଫଳ ପ୍ରକାଶିତ ହୋଇଛି| ନିର୍ବାଚନ ସଭାପତି ପ୍ରାର୍ଥୀ ରୂପେ ଶ୍ରୀ ବାଞ୍ଛାନିଧି ପୃଷ୍ଟି ଆଇନଜୀବି  68ଖଣ୍ଡ ଭୋଟ ପାଇ ବିଜୟଲାଭ କରିଥିବା ବେଳେ ତାଙ୍କ ବିପକ୍ଷ ପ୍ରାର୍ଥୀ ଶ୍ରୀ ସୁଶାନ୍ତ କୁମାର ଦାଶ 50ଖଣ୍ଡ ଭୋଟ  ପାଇ ପରାଜୟ ହୋଇଛନ୍ତି | ଉପସଭାପତି ପଦ ରୂପେ ଶ୍ରୀ ଦୀନକୃଷ୍ଣ ମହାନ୍ତ ଆଇନଜୀବି 67ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି,ତାଙ୍କ ପ୍ରତିଦ୍ବନ୍ଦୀ କୈଳାଶ ଚନ୍ଦ୍ର ମହାନ୍ତ 37 ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି| ବହୁ ପ୍ରତିକ୍ଷୀତ ସାଧାରଣ ସମ୍ପାଦକ ଆସନକୁ ଅନେକ ପ୍ରାର୍ଥୀ ଆଶାବାନ୍ଧିଥିବା ସତ୍ୱେ ଶ୍ରୀ ଦିବ୍ୟପ୍ରସାଦ ସାହୁ ଆଇନଜୀବି ତାଙ୍କ ପ୍ରତିଦ୍ବନ୍ଦୀ ଶ୍ରୀ ଅଭିଜିତ ମହାନ୍ତ ଆଇନଜୀବିଙ୍କୁ ପଛରେ ପକାଇ 63ଖଣ୍ଡ ଭୋଟ ପାଇ ବିଜୟର ମାଲ୍ୟ ନିଜକଣ୍ଠ ରେ ଧାରଣ କରିଛନ୍ତି, ତାଙ୍କ ବିପକ୍ଷ ପ୍ରାର୍ଥୀ ଶ୍ରୀ ଅଭିଜିତ ମହାନ୍ତ 33ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି| ଶ୍ରୀ ସାହୁ କ୍ରମାଗତ ଭାବେ ଦ୍ଵିତୀୟ ଥର ପାଇଁ ନିଜ ପଦବୀ ବଜାଇ ରଖିଛନ୍ତି| ଯୁଗ୍ମ ସମ୍ପାଦକ ଭାବେ ରବୀନ୍ଦ୍ର କୁମାର ମହାନ୍ତ 84ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ତୀରୁପତି ପ୍ରଧାନ53 ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି| କୋଷାଧକ୍ଷ ରୂପେ ଶ୍ରୀ ବାବୁରାମ ବେସରା ଆଇନଜୀବି 82 ଖଣ୍ଡ ଭୋଟ ରେ ବିଜୟୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ ଖଗେସ୍ୱର ମହାନ୍ତ 48ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି| ଏକ ମାତ୍ର ମହିଳା ସଦସ୍ୟା ସୁବର୍ଣ୍ଣା ଧୂଙ୍ଗିଆ ଆଇନଜୀବି, ବିନା ପ୍ରତିଦ୍ବନ୍ଦୀରେ ନିର୍ବାଚିତ ହୋଇଛନ୍ତି, କାର୍ଯ୍ୟକାରୀ ସଦସ୍ୟ ଭାବରେ 5ଜଣ ସପନ କୁମାର ଶତପଥି (78ଖଣ୍ଡ), ମୋହମ୍ମଦ ଫିରୋଜ଼(75ଖଣ୍ଡ ), ବିକ୍ରମ କୁମାର ଦତ୍ତ(73ଖଣ୍ଡ), ଝରଣା ପୃଷ୍ଟି(71ଖଣ୍ଡ), ରମେଶ ଚନ୍ଦ୍ର ମହାନ୍ତ(63ଖଣ୍ଡ)ଭୋଟ ପାଇ ନିର୍ବାଚିତ ହୋଇଛନ୍ତି| ଯାହାକି ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଶ୍ରୀ କାହ୍ନୁ ଚରଣ ଗିରି ଆଇନଜୀବିଙ୍କ ଦ୍ୱାରା ଖବର ପ୍ରାପ୍ତ ହୋଇଛି| ନିର୍ବାଚନ କୁ ନେଇ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ବହୁଦିନର ବ୍ୟତିବ୍ୟସ୍ତତା ଥିବା ବେଳେ, ଉକ୍ତ ଫଳାଫଳ ଦ୍ୱାରା କରଞ୍ଜିଆ ଓକିଲ ସଂଘର ସଦସ୍ୟବୃନ୍ଦ ତାଙ୍କ ମନୋନୀତ ଏବଂ ଉପଯୁକ୍ତ ପ୍ରାର୍ଥୀ ଚୟନ କରି ଉତ୍ସାହ ପ୍ରକାଶ କରିବା ସହିତ କରଞ୍ଜିଆର ବୁଦ୍ଧିଜୀବି ଗଣ ନୂତନପଦାଧିକାରୀ ମାନଙ୍କୁ  ପୁଷ୍ପମାଲ୍ୟ ପ୍ରଦାନକରି ମିଷ୍ଟାନ୍ନ ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି |

Leave A Reply

Your email address will not be published.

one × 2 =