ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ଔଷଧ ବଣ୍ଟନ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଖଣି କମ୍ପାନୀ ମାନେ ଖଣି ପରିସରରେ ରହୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବେଶ ଯତ୍ନବାନ ଥିବା ଦେଖିବାକୁ ମିଳୁଛି । କେତେବେଳେ କମ୍ପାନୀର ଡାକ୍ତର ମାନେ ଘର ଘର ବୁଲି ଔଷଧ ବଣ୍ଟନ କରୁଛନ୍ତି ତ କେତେବେଳେ ବିଭିନ୍ନ ସ୍ଥାନରେ ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ଦେଉଥିବା ଦେଖିବାକୁ ମିଳୁଛି । ଆଜି ମଙ୍ଗଳବାର ଅପରାହ୍ନରେ ବଲାଣି ସେଲ କମ୍ପାନୀ ଓ  ବଡ଼ବିଲ ତହସିଲ ଅନ୍ତର୍ଗତ  ଟଣ୍ଟୋ ଗ୍ରାମରେ ଅବସ୍ଥିତ ନର୍ଭେରାମ କମ୍ପାନୀ ମିଳିତ ସହଯୋଗରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଟଣ୍ଟୋ ଏବଂ ଆଖପାଖ ଗ୍ରାମର ପାଖାପାଖି ୨୦୦ ରୁ ଅଧିକ ଲୋକେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ସହିତ ଆବଶ୍ୟକ ସ୍ଥଳେ ସେମାନଙ୍କୁ କମ୍ପାନୀ ପକ୍ଷରୁ ମାଗଣାରେ ଔଷଧ ଯୋଗାଇ ଦିଆଯାଇଥିବା  ଜଣାପଡିଛି । କମ୍ପାନୀର ମୁଖ୍ୟ ପରିଚାଳକ କହନ୍ତି ଲୋକମାନଙ୍କର ସ୍ୱାସ୍ଥ୍ୟ ଆମର ସମ୍ପଦ । କମ୍ପାନୀ ବ୍ୟବସାୟ କରି କେବଳ ମୋଟା ଅଙ୍କ ରୋଜଗାର କରିବ ତାହା କେବେ ସମ୍ଭବ ନୁହଁ । ଲୋକେ ସୁସ୍ଥ ରହିଲେ ଆମେ ନିଶ୍ଚିତ ରୂପେ ଆଗକୁ ବଢି ପାରିବୁ । କମ୍ପାନୀ କେବେ କାହାକୁ ଅସୁବିଧାରେ ପକାଇ ବ୍ୟବସାୟ କରିବାକୁ ଚାହିଁ ନାହିଁ ଭବିଷ୍ୟତରେ କେବେ ଚାହିଁବ ନାହିଁ ବୋଲି କମ୍ପାନୀ ପରିଚାଳକ ପିୟୁସ ପାଣ୍ଡେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

9 − four =