କଳାହାଣ୍ଡିରୁ ୨୩୯ ଜଣ ବଳିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କ ଭେଲୋର, ତିରୁପତି ଓ ଶ୍ରୀ କଳହସ୍ତୀକୁ ଯାତ୍ରା

ଭବାନୀପାଟଣା : ସ୍ଥାନୀୟ ରେଡକ୍ରସ କଲ୍ୟାଣମଣ୍ଡପ ଠାରେ ୨୭ ତାରିଖ ଅପରାହ୍ନ ୨.୩୦ମି ସମୟରେ କଳାହାଣ୍ଡି ଜିଲ୍ଲାର ୨୩୯ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ୬ ଟି ବସ  ରାୟଗଡା ରେଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଛି । ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ସବୁଜ ପତାକା ଦେଖାଇ ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରା ର ଶୁଭାରମ୍ଭ କରିଥିଲେ ଓ ଶୁଭେଚ୍ଛା ଜଣାଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସମବେତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଦେବଦର୍ଶନ ସହ ତୀର୍ଥ ସ୍ଥାନ ଭ୍ରମଣ କରି ଖୁସିରେ ଜିଲ୍ଲାକୁ ଫେରନ୍ତୁ ବୋଲି ଶୁଭ କାମନା କରିଥିଲେ । ୨୩୯ ଜଣ ତୀର୍ଥଯାତ୍ରୀ ମାନଙ୍କ ପାଇଁ ୭ ଜଣ ଏସ୍କଟ ଅଧିକାରୀ ମଧ୍ୟ ଯାତ୍ରା କରୁଛନ୍ତି । ଆସନ୍ତା  ୨୮.୦୩.୨୦୨୩ ତାରିଖ  ରାୟଗଡା ରେଳ ଷ୍ଟେସନ ଠାରେ ଏକ ସ୍ଵତନ୍ତ୍ର ଟ୍ରେନ ରେ ଅନ୍ୟ ଜିଲ୍ଲାର ତୀର୍ଥଯାତ୍ରୀଙ୍କ ସହ ଭେଲୋର, ତିରୁପତି ଓ ଶ୍ରୀକଳହସ୍ତୀକୁ ଯାତ୍ରା କରିବେ ଏବଂ ଏପ୍ରିଲ ୨ ତାରିଖରେ  ଜିଲ୍ଲାକୁ ଫେରିବେ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଭାଷୀ ମାଧ୍ୟମରେ ତୀର୍ଥଯାତ୍ରୀ ଙ୍କୁ ଶୁଭେଚ୍ଛା ଜଣାଇବେ । ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଆଇ ଆର ଟି ସି ପକ୍ଷରୁ ତୀର୍ଥଯାତ୍ରୀ ମାନଙ୍କ ପାଇଁ ପରିବହନ ଓ ପ୍ରତ୍ୟାବର୍ତ୍ତନ ର ସମସ୍ତ ସୁବିଧା ସହ ଯାତ୍ରା ସମୟରେ ରହିବା , ଖାଦ୍ଯ ଆଦିର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ  ସୁବ୍ରତ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର , ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ପାଢୀ , ଡି ଆଇ ପି ଆର ଓ ମନୋଜ ବେହେରା, ଡି ଟି ଓ  ସୁବୋଧ କୁମାର ଛତ୍ରିଆ ଓ ଓରମାସ ଅଧିକାରୀ ଜର୍ଜ କେରକେଟା , ପି ଇ ଟି ମହେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three × 1 =