“ଜୟ ଶ୍ରୀ ରାମ” ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଲା କରଞ୍ଜିଆ ସହର

କରଞ୍ଜିଆ :   ଶ୍ରୀ ରାମ ନବମୀ ଉପଲକ୍ଷେ  କରଞ୍ଜିଆବାସୀ ପ୍ରାତଃ ଠାରୁ ମଧ୍ୟାନ୍ନ ପର୍ଯ୍ୟନ୍ତ କରଞ୍ଜିଆ ସହର ଏବଂ ଆଖପାଖ ଗ୍ରାମର ଜନସାଧାରଣ ଘରେ ଏବଂ ରାମ ମନ୍ଦିରରେ ନିଜର ଶୁଭ ମନାସୀ ରାମଝଣ୍ଡା ଟାଙ୍ଗୀ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା| ଶ୍ରୀରାମ ଉତ୍ସବ ସମିତିର ସଦସ୍ୟସଦସ୍ୟାବୃନ୍ଦ ଘରେ ଘରେ ପ୍ରସାଦ ବଣ୍ଟନ କରିଥିଲେ| ରାମ ଭକ୍ତମାନେ ମସ୍ତକରେ ରାମଙ୍କ ବାନା ଏବଂ ହସ୍ତରେ ରାମଙ୍କ ଆଶୀର୍ବାଦ ସୁତାପିନ୍ଧି ପୂଜାର୍ଚନା କରିଥିଲେ, ବାଦ୍ୟବାଜଣା ଦ୍ୱାରା ଠାକୁରଙ୍କ ଭଜନ ଗାନକରୁଥିଲେ| ସନ୍ଧ୍ୟା ସମୟରେ ମର୍ଯ୍ୟାଦା ପୁରୁଷତମ ଶ୍ରୀରାମଙ୍କ ଉଦେଶ୍ୟରେ ଏକ ବିଶାଳ ଶୋଭାଯାତ୍ରା କରଞ୍ଜିଆ ଶ୍ରୀରାମ ନବମୀ ଉତ୍ସବ ସମିତି ଦ୍ୱାରା ଆୟୋଜନ କରାଯାଇଥିଲା, ଯେଉଁଥିରେ ରାମଙ୍କ ନାମର ଝଣ୍ଡା, ଖଣ୍ଡା ଏବଂ ତଲଵାର ଧରି ଯୁବପିଢ଼ିଗଣ ସମଗ୍ର ସହର ପରିକ୍ରମା କରିଥିଲେ| ଛକଜାଗା ମାନଙ୍କରେ ଖଣ୍ଡାଖେଳ, ମଶାଲଖେଳ ଓ କୁସ୍ତିକଶରତ ଜନସାଧାରଣଙ୍କ ମନରେ ଉତ୍ସାହ ସୃଷ୍ଟି କରୁଥିଲା| ଏହି ଶୋଭାଯାତ୍ରାରେ ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ବାଦ୍ୟଯନ୍ତ୍ର ତାଳେ ତାଳେ ମଜ୍ଜିତ ତୁଣ୍ଡରେ ‘ଜୟ ଶ୍ରୀ ରାମ’ ନାମ ଗାନ କରୁଥିଲେ| ଶୋଭାଯାତ୍ରାର ଶାନ୍ତିଶୃଙ୍ଖଳା ବଜାୟୀରଖିବା ପାଇଁ ପୋଲିସବାହିନୀ ନିଯୁକ୍ତଥିଲେ|

Leave A Reply

Your email address will not be published.

five + two =