କଣିହାଁ : କଣିହାଁ ବ୍ଲକ କର୍ଣ୍ଣପାଳ ପଂଚାୟତରେ ତାତିଲେ ଠିକାଦାରୀ । ପଞ୍ଚାୟତ ଫାଟକରେ ଝୁଲିଲାତାଲା । କାର୍ଯାଳୟର କାର୍ଯ୍ୟକ୍ରମ ବନ୍ଦ । ଏଣେ ଜନସାଧାରଣ ହନ୍ତସନ୍ତ । ଅନିର୍ଦ୍ଦିଷ୍ଟ କାଳ ତାଲା ବନ୍ଦ ପାଇଁ କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଚେତାବନୀ । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ କର୍ଣ୍ଣପାଳ ପଞ୍ଚାୟତରେ କିଛି ଅସହିଷ୍ଣୁ ଠିକାଦାର ପଞ୍ଚାୟତ ଅଫିସରେ ତାଲା ଝୁଲାଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଆମେ ପଞ୍ଚାୟତ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଦୀର୍ଘ ଏକ ବର୍ଷ ହେବ ସମାପନ କରିସାରିଥିଲେ ବି ଏଯାଏ କାହିଁକି ଆମର ପ୍ରାପ୍ୟ ପାଉଣା ଦିଆ ଯାଉନାହିଁ ବୋଲି କଣିହାଁ ଗୋଷ୍ଠୀ ଉନ୍ନୟନ ଅଧିକାରି କୁ ଏବାବଦରେ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତି କରି କଣିହାଁ ବିଡିଓ ଦଶଦିନ ସମୟ ନେଇଥିଲେ । କିନ୍ତୁ ଉକ୍ତ ସମୟ ପୂରଣ ହେବାସହିତ କୋୖଣସି ସମାଧାନର ରାସ୍ତା ନଫିଟିବାରୁ ଅସନ୍ତୁଷ୍ଟ ଠିକାଦାର ମାନେ ଆଜି ଦିବା ଦଶ ଘଣ୍ଟିକାରେ କର୍ଣ୍ଣପାଳ ପଞ୍ଚାୟତ ର ମୁଖ୍ୟ ଫାଟକରେ ତାଲାପକାଇ ଅନଶନ ଜାରିରଖିଥିବା ନଜରକୁ ଆସିଥିଲା । ଏବଂ ଆନ୍ଦଳୋନ କାରି ମାନେ କହିଥିଲେକି ଆମର ପ୍ରାପ୍ୟ ନପାଇବା ଯାଏ ଆମେ ଏମିତି ଅନଶନ ଜାରି ରଖିବୁ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ କଣିହାଁ ଙ୍କୁ ଚେତାବନୀ ଦେବା ସହିତ ମୁଖ୍ୟ ଫାଟକ ଆଗରେ ଅନଶନ ଜାରିରଖିଥିଲେ । ଏହି ଅନଶନରେ ସାମିଲି ଥିଲେ କଣିହାଁ ବ୍ଲକ ପବିତ୍ରନଗର ପାଲଲହଡା ନିର୍ବାଚନ ମଣ୍ଡଳୀର ବିଜେପି ସଭାପତି ପହ୍ଲାଦ ସାମଲ, ତ୍ରିଲୋଚନ ମିଶ୍ର,ନରହରି ସାମଲ, ପ୍ରତାପ କୁମାର ସାମଲ, କାଳନ୍ଦୀ ଦେହୁରୀ, ଶଙ୍କର ସାହୁ, ପ୍ରମୋଦ ଚନ୍ଦ୍ର ସାହୁ,ନାରାୟଣ ମହାନ୍ତି, ହୂରସିକେଶ ସାମଲ,ପଦ୍ମ ଚରଣ ମହାନ୍ତି,ସଞ୍ଜୟ ମହାନ୍ତି, ଶ୍ରୀବତ୍ସ ସାମଲ, ଏହି ଅନଶନରେ ସାମିଲ ଥିଲେ ।