କୋରାପୁଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ମାନବିକତା ଦେଖାଇଲେ ଅତିରିକ୍ତ ପରିବହନ ଅଧିକାରୀ

କୋରାପୁଟ : ଆଜିଠୁ ଆରମ୍ଭ ହେଲା ଜିରୋ ଟଲରେନେସ । ସଡକ ଜନିତ ଦୁର୍ଘଟଣାରେ କେହି ବି ମୃତାହତ ହେବେ ନାହିଁ । ହେଲେ ପ୍ରଥମ ଦିନରେ କୋରାପୁଟ ସହରରେ ଦେଖିବାକୁ ମିଳିଲା ଦୁର୍ଭାଗ୍ୟଜନକ ଘଟଣା । ଘଟଣା କ୍ରମରେ ଆଜି ସଂନ୍ଧ୍ୟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଜଣେ ବାଇକ ଚାଳକଙ୍କ ଜୀବନ । ହାଇଓା ଓ ବାଇକ ମଧ୍ୟରେ ଘଟିଥିଲା ଏକ ଅତ୍ୟନ୍ତ ଭୟଙ୍କର ସଡକ ଦୁର୍ଘଟଣା । ଯେଉଁଥିରେ ଘଟଣା ସ୍ଥଳରେ ଜଣଙ୍କର ମୃତ ହୋଇଥିବା ବେଳେ ଅନ୍ୟଜଣେ କୋରାପୁଟ ମେଡିକାଲରେ ଜୀବନ ସହ ସଂଘର୍ଷ କରୁଛୀ। ରାଜ୍ୟ ସରକାରଙ୍କର ଅପ୍ରେଲ ୧ରୁ ଜିରୋ ମୃତ ଦୁର୍ଘଟଣା ଜନିତ ସପ୍ତାହ ଆରମ୍ଭ ହୋଇଥିବା ବେଳେ ଆଜିର ଏହି ଦୁର୍ଘଟଣାରେ ମାନବିକତା ଦେଖାଇଛନ୍ତି କୋରାପୁଟ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବେଟ୍ଟୀ । ସରକାରୀ କାର୍ଯ୍ୟକ୍ରମ ନଥିଲେବି ସେ ଘଟଣା ସ୍ଥଳରେ ଉପସ୍ଥିତ ଥିବାରୁ ନିଜେ ତତକ୍ଷଣାତ ଘଟଣା ସ୍ଥଲରୁ ବାଇକ ଆରୋହୀଙ୍କୁ ନେଇ ମେଡିକାଲରେ ପହଞ୍ଚାଇଥିଲେ । ପରେ ଆଶୁ ଚିକିତ୍ସା ବିଭାଗରେ ଅନ୍ୟଜଣଙ୍କୁ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ତେବେ ସରକାରୀ ଅଧିକାରୀ ହିସାବରେ ଅନୁସନ୍ଧାନ ନକରି ଦୁର୍ଘଟଣା ଜନିତ ବ୍ୟକ୍ତିଙ୍କ ଜୀବନ ରକ୍ଷା ପାଇଁ କରିଥିବା ଚେଷ୍ଠାକୁ କୋରାପୁଟରେ ଉତ୍ସସିତ ସାଧୁବାଦ ଜଣାଇଛନ୍ତି ସହରବାସୀ । ଅନ୍ୟପଟେ ପୁଲିସ ଘଟଣା ସଂପର୍କରେ ଅନୁସନ୍ଧାନ ଓ ତଦନ୍ତ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

Leave A Reply

Your email address will not be published.

19 + fifteen =