ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମାପ୍ତ ହେଲା କରଞ୍ଜିଆ ମହୋତ୍ସବ 2023

କରଞ୍ଜିଆ : ତିନିଦିନର ମହୋତ୍ସବ ସନ୍ଧ୍ୟା ବହୁ ଯାକଜମକ, ଆକର୍ଷଣୀୟ, ମନୋରମ ତଥା ଜନବହୁଳପୂର୍ଣ୍ଣ ରୂପେ ଅନୁଷ୍ଠିତ ହେଲା | ଉତ୍ସବର ପ୍ରଥମ ଦିନରେ ଶୁଭହୋମାଗ୍ନୀ ପୂଜା ସହିତ ମା ଅମ୍ବିକେଶ୍ବରୀଙ୍କ ପୀଠରୁ ମଶାଲ୍ ଯାତ୍ରା ଆରମ୍ଭ ହୋଇ ମହୋତ୍ସବ ମଞ୍ଚରେ ସ୍ଥାପନା କରାଯାଇଥିଲା, ଯାହାକୁ ଉତ୍ସବର ଉପସଭାପତି ଶ୍ରୀ ଦିବ୍ୟପ୍ରସାଦ ସାହୁ ନିର୍ବାହ କରିଥିଲେ| ଶ୍ରୀ ଜଗନ୍ନାଥ ଭଜନ ସମାରୋହ ପରେ ଉତ୍ସବ ସଭାର ଶୁଭାରମ୍ଭ ହୋଇଥିଲା ଯେଉଁଥିରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ମାଟିର ଗୌରବ ମନ୍ତ୍ରୀ ଶ୍ରୀମତି ବାସନ୍ତୀ ହେମ୍ବ୍ରମ ମହୋଦୟା ଏବଂ ସନ୍ନମାନନୀୟ ଅତିଥି ରୂପେ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ଘଡେଇ ଯୋଗଦାନକରି ଉତ୍ସବର ଶୋଭା ବର୍ଦ୍ଧନ କରିଥିଲେ| ତତ୍ପରେ   ଦେବାଶିଷ ମହାନ୍ତି ଅଧ୍ୟକ୍ଷ, ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ ( ବିଜୁସେତୁ ଉପଦେଷ୍ଟା), ଶ୍ରୀଯୁକ୍ତ ଚାର୍ଲସ ନାୟକ(ତହସିଲଦାର ) କରଞ୍ଜିଆ ଏନ. ଏ. ସି ଅଧ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି,ସଭାପତି ଶ୍ରୀଯୁକ୍ତ ଦେବଦତ୍ତ ମହାନ୍ତ( ପିଏ. ଆଇ. ଟି. ଡ଼ି. ଏ ) ଉପସଭାପତି ଶ୍ରୀଯୁକ୍ତ ଦିବ୍ୟପ୍ରସାଦ ସାହୁଙ୍କ ମଞ୍ଚସ୍ତ ହେବାପରେ ସେମାନଙ୍କୁ ସମ୍ମାନ ଜଣାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା, ସମସ୍ତ ଦିଗଜନଙ୍କ ଅଭିଭାଷଣ ପରେ “ମାଟିର ମହକ” ସମ୍ମାନରେ ଶ୍ରୀଯୁକ୍ତ ବସନ୍ତ ରାଉତଙ୍କୁ (କ୍ଷୁଦ୍ର ଜଳସେଚନ ଯନ୍ତ୍ରୀ)ସମ୍ମାନୀତ କରାଯାଇଥିଲା,  ତତ୍ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ଯେଉଁଥିରେ “ନୃତ୍ୟଶ୍ରୀ ଏକାଡେମୀ”ର ଛାତ୍ରୀବୃନ୍ଦଙ୍କ  ଦ୍ୱାରା  ମା ସରସ୍ବତୀ ବନ୍ଦନାରେ ନୃତ୍ୟ ପରିବେଷଣ ସମସ୍ତଙ୍କ ମନଛୁଇଁ ଥିଲା | ତା ପରେପରେ ବିଭିନ୍ନ ଜ଼ିଲ୍ଲାରୁ ଛୁଟି ଆସିଥିବା ନୃତ୍ୟଶିଳ୍ପୀ ମାନେ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ, ଉତ୍ସବର ପ୍ରଥମ ସଂଧ୍ୟାର ମୁଖ୍ୟଆକର୍ଷଣ ରହିଥିଲେ ଓଡ଼ିଆ ଟେଲି ଜଗତର କଳାକାର ସୌମ୍ୟାଶ୍ରୀ କାନୁନଗୋ ଏବଂ ମହାପ୍ରସାଦ କର| ସେହିଭଳି ଦ୍ୱିତୀୟ ସଂଧ୍ୟାରେ ମୁଖ୍ୟଅତିଥି  ମୟୁରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ବିନିତ ଭରଦ୍ୱାଜ, ମାନ୍ୟବର ଆରକ୍ଷୀ ଅଧିକାରୀ ଶ୍ରୀ ହୃଷିକେଶ ଦନ୍ୟାଂଦେଓ ଖିଲାରୀ ,  ଶ୍ରୀକାନ୍ତ ନାୟକ (ବନଖଣ୍ଡ ଅଧିକାରୀ), ଉପଜ଼ିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ବାଞ୍ଛାନିଧି ପୃଷ୍ଟି(ଓକିଲ ସଂଘର ସଭାପତି), ଉପସଭାପତି ଦିବ୍ୟପ୍ରସାଦ ସାହୁଙ୍କ ମନମୁଗ୍ଧକର ବକ୍ତବ୍ୟ ଏବଂ ଆରକ୍ଷୀ ଅଧିକାରୀଙ୍କ ଦ୍ୱାରା ପି. ସି. ଆର ଭ୍ୟାନ ଯୋଗାଇଦବାର ପ୍ରତିଶୃତି ଦର୍ଶକଙ୍କ ମନକୁ ଉତ୍କଣ୍ଠିତ କରିଥିଲା, ଶ୍ରୀଯୁକ୍ତ ରଜନୀକାନ୍ତ ବିଶ୍ୱାଳଙ୍କୁ ( ପୂର୍ବତନ ଉପଜ଼ିଲ୍ଲାପାଳ) ତାଙ୍କ କାର୍ଯ୍ୟସୂପରିଚାଳନା ନିମିତ୍ତ “ମାଟିର ମହକ” ସମ୍ମାନରେ ସନ୍ନମାନିତ ଜଣାଇ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ମାଲଖମ୍ ନୃତ୍ୟର ପରିବେଷଣ ଦ୍ୱାରା ହୋଇଥିଲା, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷ୍ଟିତ ନୃତ୍ୟ ଏବଂ ସୁଦୂର ଗଞ୍ଜାମ ଜିଲ୍ଲାର ରଣପା ଓ ଯୋଡିଶଙ୍ଖ ନୃତ୍ୟ ଅତିଆକର୍ଷଣୀୟ ହେବା ସହିତ “ନନସେନ୍ସ ମର୍ଣ୍ଣିଙ୍ଗ ” ଙ୍କ ଦ୍ୱାରା ଅଭିନୀତ ହାସ୍ୟାଳାପ ସଭିଙ୍କୁ ଉତ୍ତଫୁଲ୍ଲିତ କରିଥିଲା|ଶେଷରେ ଉଦଜ୍ଜାପନୀ ଦିବସରେ ମୁଖ୍ୟ ଅତିଥିରୂପେ ସଂସ୍କୃତି, ପ୍ରର୍ଯ୍ୟଟନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଏବଂ ମାନନୀୟ ଅତିଥି ରୂପେ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଉତ୍ସବରେ ନିଜର ବୋହୁମୂଲ୍ୟ ସମୟ ଅତିବାହିତ କରିଥିଲେ| ତାଙ୍କ ବ୍ୟତୀତ କରଞ୍ଜିଆ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ହୃଦାନନ୍ଦ ହୁଡ଼ା,   ମୟୁରଭଞ୍ଜର  ଆଦିବାସୀ ସ୍ୱତନ୍ତ୍ର ପରିଷଦ ଉନ୍ନୟନ ଅଧ୍ୟକ୍ଷ ଡା.ଦେବାଶିଷ ମାରାଣ୍ଡି, ଏବଂ ଅନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ଗହଣରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା| ସଭାଶେଷ ପ୍ରାର୍ଯ୍ୟାୟରେ କରଞ୍ଜିଆ ଅଂଚଳର ସ୍ବେଛାସେବୀ ଅନୁଷ୍ଠାନ ମାରୱାଡି ଯୁବମଞ୍ଚ ଏବଂ ଭରଷା ପରିବାରଙ୍କୁ ମନ୍ତ୍ରୀ ମହୋଦୟ ସମ୍ମାନୀତ କରିଥିଲେ, ତତ୍ପରେ ସୁବିଦିତ କଳାକାର, ଅଞ୍ଚଳର ଗୌରବ ସ୍ବର୍ଗତଃ ଶ୍ରୀଯୁକ୍ତ ସଲିଲ ମିତ୍ରଙ୍କ ସ୍ମୃତି ଉଦେଶ୍ୟରେ ଯେଉଁ  ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଏ, ଏବର୍ଷ ଉକ୍ତପୁରସ୍କାର ହକଦାର ଭାବରେ “ନୃତ୍ୟଶ୍ରୀ ଏକାଡେମୀ”ର କଳାକାର ସାଇସିଦ୍ଧି ମହାନ୍ତ ଙ୍କୁ ପ୍ରଦାନ କରାଯାଇଥିଲା | ପରବର୍ତୀ ପ୍ରର୍ଯ୍ୟାୟରେ ଉତ୍ସବର ସମସ୍ତ କର୍ମକର୍ତ୍ତାବୃନ୍ଦଙ୍କୁ ସମ୍ଭର୍ଦ୍ଧନା ଅର୍ପଣ କରିସାରିବା ପରେ ସଭାକାର୍ଯ୍ୟ ଭଙ୍ଗ ହୋଇଥିଲା| ଅନ୍ତିମ ଦିବସର ମୁଖ୍ୟଆକର୍ଷଣ ମୟୁରଭଞ୍ଜ ଅଂଚଳର “ଝୁମର ନୃତ୍ୟ” ଓ “ଛଉ ନୃତ୍ୟ” , ଯାଜପୁରର “ଘୋଡା ନୃତ୍ୟ” ଏବଂ ବହୁ ଆଞ୍ଚଳିକ ଅନୁଷ୍ଠାନ ଦ୍ୱାରା ପରିବେଷିତ ଯଥା, କବିତା ନୃତ୍ୟଅନୁଷ୍ଠାନ, ମନୀଷା ଡ୍ୟାନ୍ସ ଗ୍ରୁପ, ଡ଼ି. ଏମ ଡ୍ୟାନ୍ସ ଗ୍ରୁପ ଏଭଳି ବିଭିନ୍ନ ଅନୁଷ୍ଠାନର ନୃତ୍ୟଶିଳ୍ପୀ ମାନଙ୍କର କଳାକାରିଗରୀ ଦର୍ଶକଙ୍କୁ ହୃଦମୋହିତ କରିଥିଲା| ଏହି ତିନିଦିନ ଉତ୍ସବକୁ ଶାନ୍ତିଶୃଙ୍ଖଳାବଦ୍ଧ, ସ୍ୱହାଦ୍ୟପୂର୍ଣ୍ଣ ଓ ଚିତ୍ତାକର୍ଷକ କରାଇବାରେ ପୋଲିସ ଅଧିକରୀ, ଅଗ୍ନିଶମ ବାହିନୀ, ସାମ୍ବାଦିକ ବନ୍ଧୁ, ଇଲେକ୍ଟ୍ରୋନିକମିଡ଼ିଆ, ବରିଷ୍ଠ ବୁଦ୍ଧିଜୀବୀଗଣ ଏବଂ କମିଟିର କାର୍ଯ୍ୟକର୍ତା ରୋହିତ ପୃଷ୍ଟି, ଦିବ୍ୟପ୍ରସାଦ ସାହୁ, ପିପୁନ ସାହୁ, କର୍ଣ୍ଣାର୍ଜ୍ଜୁନସାହା, ସମୀର ଓତ୍ତା, ଉମାଶଙ୍କର ଦାସ, ନରେଶ ପୁଥାଳ, କବିତା ମହାନ୍ତ, ସୁରଜ ସିଂ, ଶିବୁ ପେରିୱାଲ, ଖୁସି କୁମାର ଓ ନରତ୍ତମ୍ ତନ୍ତୀ ଏବଂ ଅନ୍ୟାନ୍ୟ ତାଙ୍କର ଅକ୍ଲାନ୍ତପରିଶ୍ରମ ଦ୍ୱାରା ସାଫଲ୍ୟ କରିପାରିଛନ୍ତି|

Leave A Reply

Your email address will not be published.

8 − six =