ଯୁବ କଥାକାର ଡିଲେଶ୍ୱର ରଣାଙ୍କ ଉପନ୍ୟାସ “ମେଳିଭୂଇଁ”ର ଲୋକାର୍ପଣ ଉତ୍ସବ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଯୁବ କଥାକାର ଡିଲେଶ୍ୱର ରଣାଙ୍କ ପ୍ରଧାନମନ୍ତ୍ରୀ ଯୁବା ମେଣ୍ଟରସିପ୍ ପ୍ରାପ୍ତ ଉପନ୍ୟାସ ‘ମେଳିଭୂଇଁ’ ୯ ତାରିଖ ରବିବାର ଦିନ ଏକ ସାରସ୍ୱତ ପରିବେଶ ମଧ୍ୟରେ ଲୋକାର୍ପିତ ହୋଇ ଯାଇଅଛି। ସ୍ଥାନୀୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସଭାଗୃହ ଠାରେ ଆୟୋଜିତ ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ମାନନୀୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟସଭା ସଦସ୍ୟ ସୁଜିତ୍ କୁମାର, ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, କୁଳ ସଚିବ ପୀତାମ୍ବର ଭୋଇ, ଓଡିଆ ବିଭାଗ ମୁଖ୍ୟ ଡ. ପଲ୍ଲିଶ୍ରୀ ପଟ୍ଟନାୟକ, ବିଶିଷ୍ଟ ଗବେଷକ ତଥା ଅଧ୍ୟାପକ ପରମେଶ୍ବର ମୁଣ୍ଡ, ଥୁଆମୂଳ ରାମପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ମଞ୍ଚରେ ଉପସ୍ଥିତ ଥିଲାବେଳେ ବିଶିଷ୍ଟ କବି ସୁଧୀର ଧଙ୍ଗଡା ମାଝୀ ମଞ୍ଚ ପରିଚାଳନା କରିଥିଲେ । ବିଶିଷ୍ଟକବି ବିରଞ୍ଚିନାରାୟଣ ମୁଣ୍ଡ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅତିଥି ମାନେ ପୁସ୍ତକର  ଯୁବ କଥାକାର ଡିଲେଶ୍ୱର ରଣାଙ୍କ ପ୍ରତିଭାର ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଏହି ଉପନ୍ୟାସ ମର୍ଯ୍ୟାଦାବନ୍ତ  ପ୍ରଧାନମନ୍ତ୍ରୀ ଯୁବ ମେଣ୍ଟରସିପ୍ ପାଇଥିବାରୁ ସେ କଳାହାଣ୍ଡି ପାଇଁ ଗୌରବ ଆଣି ଦେଇଛନ୍ତି ବୋଲି ରାଜ୍ୟସଭା ସାଂସଦ ସୁଜିତ୍ କୁମାର ତାଙ୍କ ଲେଖନୀର ଉଚ୍ଚ ପ୍ରଶଂସା କରିଥିଲେ । କଳାହାଣ୍ଡିର ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ସଂପ୍ରଦାୟର ଶହୀଦ ରେଣ୍ଡୋ ମାଝୀଙ୍କ ଆତ୍ମ ଜୀବନୀକୁ ନେଇ ଡିଲେଶ୍ୱରଙ୍କ ନିଜସ୍ୱ ଭଙ୍ଗୀରେ ଲିଖିତ ଉପନ୍ୟାସ ମେଳିଭୂଇଁ  ଦିନେ ପାଠକ ମାନଙ୍କ ଲୋକପ୍ରିୟତା ହାସଲ କରିବା ସହ କଳାହାଣ୍ଡିର ସ୍ୱ।ଧୀନତା ସଂଗ୍ରାମର ଲୁକ୍କାୟିତ ଇତିହାସକୁ ଲୋକଲୋଚନକୁ ଆଣି ପାରିବ ବୋଲି ଅତିଥିମାନେ ମାନେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲେଖକ, କବି ଓ ସାହିତ୍ୟପ୍ରେମୀ ମାନଙ୍କ ସହ ଓଡିଶା ଗବେଷଣା ପରିଷଦର କର୍ମକର୍ତ୍ତା ଓ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.

3 × one =