ଆଦର୍ଶବିଦ୍ୟାଳୟ ତରଫରୁ ରକ୍ତ ଦାନ ଶିବିର

ଭବାନୀପାଟଣା : ଭବାନୀପାଟଣା ବ୍ଲକ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ମୁଷିଗୁଡ଼ା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ଉକ୍ତ ଶିବିରରେ ଶିକ୍ଷକ ଶିକ୍ଷୟତ୍ରୀ,ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟର ସଦସ୍ୟ ବୃନ୍ଦ, ଅଭିଭାବକ ସମେତ ବିଭିନ୍ନ ଅଞ୍ଚଳରୁ ସ୍ବେଛାସେବୀ ମାନେ ସାମିଲ ହୋଇଥିଲେ। ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାକେଶ କୁମାର ସାହୁ ଶିବିରର ଶୁଭ ଉଦଘାଟନ କରିଥିଲେ। ରକ୍ତଭଣ୍ଡାର ଅଧିକାରୀ ଡ଼ା. ଜୟନ୍ତିବାଲା ନାଏକ ଉପସ୍ଥିତ ଥିବାବେଳେ ବିଦ୍ୟାଳୟ ଅଧ୍ୟକ୍ଷା ଇତିଶ୍ରୀ ସାହୁଙ୍କ ତତ୍ତ୍ବାବଧାନରେ କାର୍ଯକ୍ରମ ପରିଚାଳନା ହୋଇଥିଲା। ସୁନିଲ କୁମାର ଶତପଥି (ମୁଖ୍ୟ ଉତ୍ସାହକ) ରକ୍ତଦାତାମାନଙ୍କୁ ସାହାସ ଏବଂ ପ୍ରେରଣା ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅଭିଭାବକ ମାନଙ୍କ ସହ ବିଦ୍ୟାଳୟର କିରଣ କୁମାର ବେହେରା, ଜସବିର କୁମାର,ଦେବାଶିଷ ପ୍ରଧାନ, ପବିତ୍ର ଗଡତ୍ୟା, ଘନଶ୍ୟାମ ସେନାପତି, ଅଭିଷେକ ବେହେରା, ଆଶିଷ କୁମାର ମୁଣ୍ଡ, ଦେବେନ୍ଦ୍ର ମାଝୀ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ରକ୍ତଦାନ ଶିବିର ପରିଚାଳନାରେ ସହାୟତା କରିଥିଲେ। ରକ୍ତଦାତାମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏକ ପ୍ରମାଣପତ୍ର ଏବଂ ରକ୍ତଦାନ କାର୍ଡ ଦିଆଯାଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଭବାନୀପାଟଣା ବ୍ଲଡ଼ ବ୍ୟାଙ୍କର କର୍ମକର୍ତ୍ତା ମାନଙ୍କ ମିଳିତ ଉଦ୍ୟମରେ ଶିବରଟି ସଫଳତା ସହ ସମ୍ପୂର୍ଣ୍ଣ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷା ଇତିଶ୍ରୀ ସାହୁ ସମସ୍ତଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ୍ ଜଣାଇଥିଲେ ।

Leave A Reply

Your email address will not be published.

one × 3 =