କରଞ୍ଜିଆ ଡାକ୍ତର ଖାନା ମା ଓ ଶିଶୁ ବିଭାଗକୁ ମାରୱାଡି ସମାଜର ମହିଳା ସମିତି ପକ୍ଷରୁ ବେଡ଼ ପ୍ରଦାନ

କରଞ୍ଜିଆ : କରଞ୍ଜିଆ ଡାକ୍ତରଖାନାରେ ଅଛି 5 କୋଠା ବିଶିଷ୍ଟ ମା ଓ ଶିଶୁ ବିଭାଗ ଯୋଉଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଲିଫ୍ଟ ର ବ୍ୟବସ୍ଥା ଅଛି ହେଲେ ପ୍ରସୂତି ମହିଳାଙ୍କ ରହଣି ପାଇଁ ଆବଶ୍ୟକୀୟ ବେଡ଼ ନାହିଁ, ପ୍ରସୂତି ମହିଳା ନବଜାତ ଶିଶୁ ସହିତ ତଳେ ଶୋଇବା ଯୋଗୁଁ ନାନା ରୋଗରେ ପଡୁଥିଲେ ଏହା ଦେଖି ଏଠା ମାରୱାଡି ସମାଜର ମହିଳା ସମିତି ମା ଓ ଶିଶୁ ବିଭାଗକୁ କିଛି ବେଡ଼ ଦେବାକୁ ସ୍ଥିର କରି ଆଜି ଡାକ୍ତରଖାନାର ଅଧିକ୍ଷକ ଡାକ୍ତର ଶିବାନନ୍ଦ ମହାନ୍ତିଙ୍କୁ 11 ଗୋଟି ମେଡିକେଟେଡ଼ ବେଡ଼ ପ୍ରଦାନ କରିଥିଲେ ତେବେ ମହିଳା ମଣ୍ଡଳ ପକ୍ଷରୁ 5 ଟି ବେଡ଼ ଓ ସ୍ବର୍ଗତ ଖେମଚାନ୍ଦ ଅଗ୍ରୱାଲଙ୍କ ଶ୍ରୁତିରେ ତାଙ୍କ ସୁପୁତ୍ର ବିଜୟ କୁମାର ଅଗ୍ରୱାଲ 6 ଟି ମେଡିକେଟେଡ଼ ବେଡ଼ ପ୍ରଦାନ କରିଥିଲେ.ବେଡ଼ ପ୍ରଦାନ ସମୟରେ ମାରୱାଡି ମହିଳା ସମିତିର ସଭାପତି ପାର୍ବତୀ ଅଗ୍ରୱାଲ, ସମ୍ପାଦକ ଦୀପ୍ତି ଭାରୁକ, କୋଷାଧ୍ୟକ୍ଷ ସୁନିତା ମିତ୍ତଳ, ପୂର୍ବତନ ସଭାପତି ମଞ୍ଜୁ ବୁବୁନା, ଲଷ୍ମୀ ଅଗ୍ରୱାଲ, ସଂଗୀତା ବୁବୁନା, ଉଷା ଅଗ୍ରୱାଲ, ଲଳିତା ଅଗ୍ରୱାଲ, ଓ ସରିତା ଅଗ୍ରୱାଲ ଓ ସ୍ବର୍ଗତ ଖେମଚାନ୍ଦ ଅଗ୍ରୱାଲଙ୍କ ପୁତ୍ର ବିଜୟ କୁମାର ଅଗ୍ରୱାଲଙ୍କ ସହିତ ପ୍ରେସ କ୍ଳବ ସମ୍ପାଦକ କର୍ଣ୍ଣାର୍ଜୁନ ସାହା ପ୍ରମୁଖ ଉପସ୍ଥିତ ଥିଲେ |

Leave A Reply

Your email address will not be published.

twenty + 16 =