ନୃତ୍ୟଶ୍ରୀ ଅନୁଷ୍ଠାନ ଏବେ “ନୃତ୍ୟଶ୍ରୀ ଏକାଡେମୀ ” ରୂପରେ ରୂପାନ୍ତରିତ ହେବାକୁ ଯାଉଛି

କରଞ୍ଜିଆ : 2016 ମସିହା ଠାରୁ ପ୍ରତିଷ୍ଠିତ ହୋଇଥିବା ନୃତ୍ୟଶ୍ରୀ ଅନୁଷ୍ଠାନ ନିଜର କିଛି ଅଲଗା କରିଦେଖାଇବା ଏବଂ ଭିନ୍ନ ସ୍ୱାଦର କଳାକୌଶଳତା ପାଇଁ ବହୂ ପରିଚିତ ଏବଂ ଲୋକପ୍ରିୟତା ହାସଲ କରିପାରିଛି|ଏହି ଅନୁଷ୍ଠାନର  ପ୍ରତ୍ୟେକ ଶିକ୍ଷିତ ପିଲା ନିଜର ଭିନ୍ନ ଭିନ୍ନ କଳାର ରୁଚିକୁ ବହୁତ ନିପୁଣତା ରୂପରେ ପ୍ରତିପାଦିତ କରି ବିଭିନ୍ନ ଅଂଚଳରେ ନିଜର ଛାପ ଛାଡି ଆସୁଛନ୍ତି| ଏବେ ଏହି ଅନୁଷ୍ଠାନ ଏକ ନୂତନ ରୂପ ଏବଂ ଢଙ୍ଗରେ ” ନୃତ୍ୟଶ୍ରୀ ଏକାଡେମୀ ” ନାମରେ ସୁପରିଚିତ ହେବାକୁ ଯାଉଅଛି| ଆସନ୍ତା ତା -20.04.23 ରିଖ ଚାରୁସ୍ ଭିଲା, ମାଣିକ ଛକରେ ଏହି ଏକାଡେମୀର ଶୁଭ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଅଛି ଯେଉଁଥିରେ ଅନେକ ବଦାନ୍ୟ ତଥା ସୁପରିଚତ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ନୃତ୍ୟଶ୍ରୀ ପରିବାରର ସଦସ୍ୟବୃନ୍ଦଙ୍କ ମଧ୍ୟରେ ଏହାକୁନେଇ ଏକ ଉଲ୍ଲାସୀତ ମନଭାବ ଦେଖିବାକୁ ମିଳିଛି|

Leave A Reply

Your email address will not be published.

4 × five =