ଡ଼ହ ଡହ ଖରାରେ କାମ କରୁଛନ୍ତି ଶ୍ରମିକ, ସରକାରୀ ନିର୍ଦ୍ଦେଶାନାମାକୁ ଫୁ

ଚମ୍ପୁଆ : ତାତିରୁ ମିଳୁନି ନିସ୍ତାର। କଲବଲ କରୁଛି ତାତି । ତତଲା ତାଓ୍ଵାରେ ଭାଜି ହେଉଛି ସାରା ରାଜ୍ୟ। ଏଥିରୁ ମଧ୍ୟ ବାଦ ପଡିନି କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଉପଖଣ୍ଡ। ପଶ୍ଚିମାଞ୍ଚଳ ପ୍ରଭାବରେ ଏଠାକାର ତାପମାତ୍ରା ୪୦ ଡିଗ୍ରୀ  । ଏହି ଡ଼ହ ଖରାରେ କାମ କରୁଛନ୍ତି ଶ୍ରମିକ। ବ୍ଲକ,ପିଡଵ୍ଲୁଡି, କ୍ଷୁଦ୍ର ଜଳସେଚନ,ଗ୍ରାମ୍ୟ ଉନ୍ନୟନ ଜଳ ଓ ପରିମଳ ଭଳି ଵିଭାଗର ବିଭିନ୍ନ ସ୍ଥାନରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ଦିନ ୧୧ଟା ପରେ ମଧ୍ୟ ତତଲା ଖରାରେ କାମ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅଂଶୁଘାତ ଜନିତ ନିର୍ଦ୍ଦେଶାବଳୀ ଜାରି କରିଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନାହିଁ । ସରକାରୀ ନିର୍ଦ୍ଦେଶାନାମାକୁ ମାନୁନାହ଼ାଁନ୍ତି ଏ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ।ପ୍ରବଳ ଖରା ଯୋଗୁଁ ଦିନ ୧୧ଟା ସୁଦ୍ଧା ରାସ୍ତା ଘାଟ ଶୁନଶାନ୍ ହୋଇପଡ଼ିଥିବା ବେଳେ କାହା ନିର୍ଦ୍ଦେଶ ଵଳରେ ଏମାନେ ଡ଼ହ ଖରାରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ନିର୍ମାଣ ଶ୍ରମିକ ମାନଙ୍କର କୈ।ଣସି ଅସୁବିଧା ହେଲେ କିଏ ଦାୟୀ ରହିବେ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଆଗୁଆ ସତର୍କ ନ ରହିଲେ ଆଗାମୀ ଦିନରେ ଅଂଶୁଘାତ ଜନିତ ସମସ୍ୟାକୁ ଏଡାଯାଇ ନପାରେ । ଅଂଶୁଘାତକୁ ଦୃଷ୍ଟିରେ ରଖି ଏସ୍ଆରସି ଖରାରେ କାମ ନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଖରାକୁ ବାହାରିଲେ ସତର୍କତା ମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ହେଁ
କେତେକ ବିଭାଗ ଏହାକୁ ଖୋଲି ଉଲଂଘନ କରୁଥିବା ଦେଖିବାକୁ ମିଳିଛି । 

Leave A Reply

Your email address will not be published.

19 + 3 =