ଟାଟା ଷ୍ଟିଲ୍ ଯୋଡା ପକ୍ଷରୁ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ

ଯୋଡା : ଜନସାଧାରଣ, କର୍ମଚାରୀ, ଯୁବ ଗୋଷ୍ଠୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଗ୍ନି ନିର୍ବାପନ ସମ୍ବନ୍ଧୀୟ ସଚେତନତା ଉଦେଶ୍ୟରେ ଟାଟା ଷ୍ଟିଲ ଯୋଡା ପକ୍ଷରୁ ଜାତୀୟ ଅଗ୍ନି ସେବା ସପ୍ତାହ ପାଳିତ ହୋଇ ଯାଇଛି  Iଅଗ୍ନିସମ ବାହିନୀରେ ନିଷ୍ଠାପର ସହ କାର୍ଯ୍ୟ ସମ୍ପାଦନ କରି ନିଜ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ଆମର ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରିବା ଉଦ୍ଦେଶ୍ୟରେ, ପ୍ରତିବର୍ଷ ଅପ୍ରେଲ 14 ରୁ ଅପ୍ରେଲ 20 ତାରିଖ ଏହି ସପ୍ତାହ ପାଳନକରାଯାଇଥାଏ Iଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ଯୋଡା ଇଷ୍ଟ, ଖଣ୍ଡବଣ୍ଡ ଲୌହ ଖଣି ସହ ସାହି, ବିଭିନ୍ନ ବସ୍ତି ଏବଂ ଟାଟା ଡିଏଭି ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏଥିରେ ନିଆଁକୁ କିଭଳି ଆୟତ୍ତ କରିହେବ, ନିଆଁ ଲିଭା ଯନ୍ତ୍ର କୁ କିଭଳି ସଠିକ୍ ବ୍ୟବହାର କରିହେବ ଏବଂ ନିଆଁ ଲାଗିବା ସମୟରେ କେଉଁ ଜିନିଷ ପ୍ରତି ଗୁରୁତ୍ୱ ଦିଆଯିବ ସେହି ଦିଗରେ ଆଲୋଚନା କରାଯାଇଥିଲା Iଏତଦବ୍ୟତୀତ, ମକଡ୍ରଲ ମାଧ୍ୟମରେ ନିଆଁ ଲିଭାଇବା ଉପାୟ ଦର୍ଶାଯାଇଥିଲା ଯାହା ସମସ୍ତଙ୍କ ପାଇଁ ଖୁବ୍ ଶିକ୍ଷଣୀୟ ଥିଲା I ଅଗ୍ନିଶମ ଟିମ ଘର, ଅଫିସ,ଶିକ୍ଷାନୁଷ୍ଠାନ ତଥା ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ଧୂଆଁ ଚିହ୍ନଟ ମେସିନ୍ ଲଗାଇବାକୁ ପରାମର୍ଶ ଦେଇଥିଲେ I ଖଣିରେ ସମସ୍ତଙ୍କ ସହ କର୍ମଚାରୀମାନେ ଅଗ୍ନି ସୁରକ୍ଷା ସପଥ ପାଠ କରି ଏହି ସମୟରେ ଅନ୍ୟମାନଙ୍କର ଜୀବନ ବଞ୍ଚାଇବାକୁ ଶପଥ କରିଥିଲେ I

Leave A Reply

Your email address will not be published.

seventeen + 9 =