ଓଡିଆରେ ପ୍ରଥମଥର ପାଇଁ “ଦେବଦାସ” ମ୍ୟୁଜିକାଲ ପ୍ଲେ

ଭୁବନେଶ୍ୱର : ପ୍ରଥମ ଥର ପାଇଁ ଓଡିଆରେ ମଞ୍ଚସ୍ଥ ହେବାକୁ ଯାଉଛି, ‘ଦେବଦାସ – ମ୍ୟୁଜିକାଲ୍ ପ୍ଲେ’ l ଅରୋମିରା ଏଣ୍ଟରଟେନମେଣ୍ଟ ଆଣିବ ସମ୍ପୂର୍ଣ୍ଣ ଓଡିଆରେ ଏହି କାଳଜୟୀ ପ୍ରେମ ଗାଥା ଯାହା ଦର୍ଶକ ରବୀନ୍ଦ୍ର ମଣ୍ଡପରେ ଆସନ୍ତା ୨୭ ତାରିଖ (ଗୁରୁବାର) ଦିନ ଉପଭୋଗ କରିବେ l ଦେବଦାସ ଛୋଟରାୟଙ୍କ ଦ୍ୱାରା ଲିଖିତ ଓ ଦେବ ମେହେରଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡ଼ିଶାର ଏହି ପ୍ରଥମ ମ୍ୟୁଜିକାଲ୍ ପ୍ଲେ, “ଦେବଦାସ” ର ମୁଖ୍ୟ ଭୂମିକା ବା ଦେବଦାସ ହୋଇଛନ୍ତି ରାଣୋ ଜୟ, ପାରୋ ଭୂମିକାରେ ଅଛନ୍ତି ସିନେ ନାୟିକା ଶୀତଲ ଏବଂ ଚନ୍ଦ୍ରମୁଖୀ ଭୂମିକାରେ ଅଛନ୍ତି ଅଭିନେତ୍ରୀ ବୈଶାଳୀ l ନାଟକ ‘ଆହେ ନୀଳ ଶୈଳ’, ‘ନବକଳେବର’, ‘ବୟସର ଅନ୍ତେ’ ର ସଫଳତା ପରେ ମଲ୍ଟି ସିନେ ଷ୍ଟାର ଙ୍କୁ ନେଇ ପ୍ରଥମଥର ରବୀନ୍ଦ୍ର ମଣ୍ଡପ ଠାରେ ମ୍ୟୁଜିକାଲ ପ୍ଲେ ଅନୁଷ୍ଠିତ ହେବ l
 “ଦେବଦାସ” ମ୍ୟୁଜିକାଲ ପ୍ଲେ ରେ ରହିଛି ଦେବଦାସ ଛୋଟରାୟ ଙ୍କ ରଚନା, ଓମ୍ ପ୍ରକାଶ ମହାନ୍ତିଙ୍କ ଦ୍ୱାରା  ସଙ୍ଗୀତ ସଂଯୋଜନା ଏବଂ ସୁସ୍ମିତା ଦାସ, ଅରବିନ୍ଦ ଦତ୍ତ ଓ ଦେବସ୍ମିତା ମିଶ୍ରଙ୍କ ଦ୍ୱାରା କଣ୍ଠଦାନ କରାଯାଇଥିବା ୧୦ ଟି ସଙ୍ଗୀତ ଯାହାକି ଜେସିକେ ଷ୍ଟୁଡିଓରେ ରେକର୍ଡ କରାଯାଇଛି l ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବିଦ୍ୟୁତ ସେଠୀ  l ଏକ ଘଣ୍ଟାର ଏହି ମ୍ୟୁଜିକାଲ୍ ପ୍ଲେ ଏପ୍ରିଲ ୨୭ ତାରିଖ, ଗୁରୁବାର ସନ୍ଧ୍ୟା ୭ରୁ ମଞ୍ଚସ୍ଥ ହେବ ରାଜଧାନୀର ସବୁଠାରୁ ଲୋକପ୍ରିୟ ଥିଏଟର୍ ରବୀନ୍ଦ୍ର ମଣ୍ଡପରେ l ୯୦ ମିନିଟ୍ ର ଏହି ମଲ୍ଟି ଷ୍ଟାର ମ୍ୟୁଜିକାଲ୍ ପ୍ଲେ ଦେଖାଇଛି ପ୍ରକୃତ ଦେବଦାସଙ୍କ ପରେ ଚନ୍ଦ୍ରମୁଖୀ ଏବଂ ପାରୋ ସହିତ  ଘଟିଥିବା ପ୍ରେମ କାହାଣୀ l ଲେଖକ ଦେବଦାସ ଛୋଟରାୟ କହିଛନ୍ତି, “ମୁଁ ସମ୍ପୂର୍ଣ୍ଣ ଉତ୍ସାହିତ ଅଛି ଏହି ମ୍ୟୁଜିକାଲ୍ ପ୍ଲେ ପାଇଁ” ।

Leave A Reply

Your email address will not be published.

three − two =