ଖସିପଡ଼ିଲା ଟ୍ରେନିଂ ବିମାନ : ୨ ମୃତ

ଢେଙ୍କାନାଳ,୮ ।୦୬(ନି.ପ୍ର.): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରେ ଆଜି ସକାଳେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାରେ ଜଣେ ପ୍ରଶିକ୍ଷକଙ୍କ ସହିତ ଜଣେ ମହିଳା ଟ୍ରେନିଂ ପାଇଲଟଙ୍କ ମୃତ୍ୟୁ ଘଟିଛି ।
ମୃତକ ହେଲେ ପାଇଲଟ ଟ୍ରେନର ସଞ୍ଜୀବ ଝା ଓ ମହିଳା ଟ୍ରେନିଂ ଅନିଶ ଫାତିମା । ସଞ୍ଜୀବଙ୍କ ଘର ବିହାରରେ ହୋଇଥିବା ବେଳେ ଫାତିମାଙ୍କ ଘର ତାମିଲନାଡ଼ୁରେ ବୋଲି ଜଣାପଡ଼ିଛି । ପୋଲିସ ଓ ଏୟାରଷ୍ଟି୍ରପ କର୍ତୃପକ୍ଷ ଘଟଣାର ତଦନ୍ତ କରୁଛନ୍ତି । ଗତ କିଛିଦିନ ହେଲା ୯୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିରାଶାଳ ଏୟାରଷ୍ଟି୍ରପ୍ରେ ପାଇଲଟ ଟ୍ରେନିଂ କ୍ୟାମ୍ପ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ୩୬ ଜଣ ଛାତ୍ରଛାତ୍ରୀଙ୍କୁ ୬ଟି ବିମାନରେ ତାଲିମ ଦିଆଯାଉଥିଲା । ଆଜି ସକାଳେ ମହିଳା ଟ୍ରେନିଂ ଅନିଶ ଫାତିମାଙ୍କୁ ନେଇ ତାଲିମ ଦେବା ଲାଗି ଟ୍ରେନର ସଞ୍ଜୀବ ୨ ସିଟ୍ ବିଶିଷ୍ଟ ସେସନା-୧୨୫ ବିମାନରେ ଉଡ଼ାଣ ଆରମ୍ଭ କରିଥିଲେ ।
ଟେକ୍ ଅପ୍ କରିବା ପରେ ହଠାତ୍ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ବିମାନଟି ୧୦୦ ଫୁଟ ଉଚ୍ଚରୁ ଏୟାରଷ୍ଟି୍ରପରେ ପାର୍କିଂ ହୋଇଥିବା ୨ଟି ବିମାନ ମଝିରେ ଖସି ପଡ଼ିଥିଲା । ଦୁହିଁଙ୍କୁ ଉଦ୍ଧାର କରି କାମାକ୍ଷାନଗର ହସ୍ପିଟାଲକୁ ନିଆଯାଇଥିଲା । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବିରାଶାଳ ଏୟାରଷ୍ଟି୍ରପରେ ୨ ବର୍ଷ ହେବ ପାଇଲଟ ଟ୍ରେନିଂ ଆରମ୍ଭ ହୋଇଛି । ବିଭିନ୍ନ ରାଜ୍ୟରୁ ଯୁବକ ଯୁବତୀ ଆସି ଏଠାରେ ପାଇଲଟ ଟ୍ରେନିଂ ନେଉଛନ୍ତି ।

Leave A Reply

Your email address will not be published.

5 × four =