ସମ୍ବଲପୁର ଦଙ୍ଗାକାରୀଙ୍କୁ ଗିରଫ ପ୍ରତିବାଦରେ ରାଜ୍ୟପାଳଙ୍କୁ ଦାବିପତ୍ର

ଗୋଲାମୁଣ୍ଡା : ସମଗ୍ର ହିନ୍ଦୁ ସମାଜ, ଗୋଲାମୁଣ୍ଡା ବ୍ଲକ ତରଫରୁ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଗତ ତା ୧୨.୦୪.୨୦୨୩ ରିଖ ବୁଧବାର ଦିନ ସମ୍ବଲପୁର ନଗରରେ ହନୁମାନ ଭକ୍ତଙ୍କ ମୋଟର ସାଇକେଲ ଶୋଭା ଯାତ୍ରା ଉପରକୁ ଯେଉଁ ଭଳି ଅମାନୁଷିକ ଏବଂ କ୍ରୁରତାପୂର୍ଣ୍ଣ ଭାବେ ହିଂସାତ୍ମକ ଆକ୍ରମଣ ଏବଂ ତା ୧୪.୦୪.୨୦୨୩ ରିଖ ରାତ୍ରୀରେ ସମ୍ବଲପୁରରେ ବନବାସୀ ଯୁବକଙ୍କୁ ହତ୍ୟା କରାଗଲା ଏହା ଅତ୍ୟନ୍ତ ନିନ୍ଦନୀୟ ଅଟେ । ଶୋଭାଯାତ୍ରା ସମୟରେ ଭକ୍ତମାନଙ୍କ ଉପରେ ହୋଇଥିବା ସୁନିୟୋଜିତ ଆକ୍ରମଣ ପ୍ରଶାସନିକ ଅବ୍ୟବସ୍ଥା ,ସୂଚନା ତନ୍ତ୍ରର ଅପାରଗତା ଓ ନିଷ୍ଫଳତା ଦର୍ଶାଉଛି । ଉକ୍ତ ସମୟରେ ଉପସ୍ଥିତ ଅତି କମ୍ ସଂଖ୍ୟକ କାର୍ଯ୍ୟରତ ପୋଲିସ ସ୍ଥାଣୁ ପାଲଟିଥିଲେ ଓ ବର୍ବର ଆକ୍ରମଣର ଶିକାର ହୋଇ ରକ୍ତାତ ହୋଇଛନ୍ତି । ପୂର୍ବରୁ ଅବଗତ ଥାଇ ମଧ୍ୟ ପୋଲିସର ନଗଣ୍ୟ ଉପସ୍ଥିତି ପ୍ରଶାସନର କାର୍ଯ୍ୟକଳାପ ପ୍ରତି ସଂଦେହ ସୃଷ୍ଟି କରେ । ଏସବୁ ଘଟଣା ନାଗରିକର ଧାର୍ମିକ ଆସ୍ଥା,ବିଶ୍ବାସ ଓ ଧାର୍ମିକ ସ୍ବତନ୍ତ୍ରତା ପ୍ରତି କୁଠାରଘାତ ଅଟେ। ସାମ୍ବିଧାନିକ ମର୍ଯ୍ୟାଦାର ପରିପନ୍ଥୀ ଅଟେ। ଏଣୁ ଏହି ଘଟଣା କେବଳ ଆଇନଶୃଙ୍ଖଳା ବିଷୟ ନୁହେଁ । ଏହା ଦେଶଦ୍ରୋହ କାର୍ଯ୍ୟକଳାପ ପରିଧିରେ ଆସୁଅଛି । ଯଥାଶୀଘ୍ର ଦୋଷୀମାନଙ୍କ ବିରୁଦ୍ଧରେ ନ୍ୟାୟୋଚିତ କଠୋର ପଦକ୍ଷେପ ଗ୍ରହଣ କରି ସମସ୍ତଙ୍କୁ ଗିରଫ କରିବାକୁ ଆମ୍ଭେ ଦାବୀ ଜଣାଉଛୁ । ଅବିଚାରିତ ଭାବେ ହିନ୍ଦୁମାନଙ୍କ ଉପରେ ଆକ୍ରୋଶମୁଳକ ଗିରଫ ଦାରୀ ବନ୍ଦ କରାଯାଉ । ସର୍ବୋପରି ନାଗରିକ ମାନଙ୍କ ପ୍ରଶାସନ ଓ ନ୍ୟାୟ ପ୍ରତି ଆସ୍ଥା ବଜାୟ ରହିବା ବିଧେୟ ଅଟେ। ଏହି ସବୁ ଦାବି ଗୁଡ଼ିକ ମହାମହିମ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଦେବା ପାଇଁ ଗୋଲାମୁଣ୍ଡା ଭାରତ ବଗିଚାଠାରୁ ଏକ ଶୋଭାଯାତ୍ରାରେ ବାହାରି ଗୋଲାମୁଣ୍ଡା ପଞ୍ଚାୟତ ସମିତି ପର୍ଯ୍ୟନ୍ତ ବିଭିନ୍ନ ନାରାବାଜି କରି ଶତାଧିକ ହିନ୍ଦୁ ଏକତ୍ରିତ ହୋଇଥିଲେ ।ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ, ବିଶ୍ୱହିନ୍ଦୁ ପରିଷଦ,ବଜରଙ୍ଗ ଦଳ, ସରସ୍ଵତୀ ଶିଶୁ ମନ୍ଦିର,ଏକଲ ଅଭିଯାନ, ଏବଂ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × 3 =