ତିରୁଅନନ୍ତପୁରମ : କେରଳର କୋଚି ୱାଟର ମେଟ୍ରୋ ପ୍ରକଳ୍ପର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୨୫ ତାରିଖରେ କରିବେ । ଦେଶରେ ଏହା ପ୍ରଥମ ୱାଟର ମେଟ୍ରୋ । ଉକ୍ତ ପ୍ରକଳ୍ପ ଦ୍ୱାରା କୋଚି ଅଞ୍ଚଳର ପର୍ଯ୍ୟଟନ ସମେତ ଅର୍ଥନୀତିର ବିକାଶ ହେବ ବୋଲି ଆଶା ରଖାଯାଇଛି । ପାରମ୍ପରିକ ମେଟ୍ରୋ ଭଳି ଏଥିରେ ଯାତ୍ରା ସୁବିଧା ମିଳିବ । ଲୋକମାନେ ଯାତ୍ରାର ଭଲ ଅନୁଭୂତି ପାଇବେ । କୋଚି ସହରରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉକ୍ତ ୱାଟର ମେଟ୍ରୋ ପ୍ରକଳ୍ପ କୋଚି ଏବଂ ଏହାର ଆଖପାଖ ଅଞ୍ଚଳର ୧୦ଟି ଦ୍ୱୀପକୁ ସଂଯୋଗ କରିବ । ଉକ୍ତ ପ୍ରକଳ୍ପ କୋଚିର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ କହିଛନ୍ତି ।