“କଥା ତ ଏତିକି” ରେ ସରିଲା କାସାଣ୍ଡ୍ରା ଜାତୀୟ ନାଟ୍ୟ ଉତ୍ସବ

କେନ୍ଦୁଝର : ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାସାଣ୍ଡ୍ରା କଲଚରାଲ ସେଣ୍ଟର ଦ୍ୱାରା ଜାତୀୟ ନାଟକ ମହୋତ୍ସବ ଉଦଯାପିତ ହୋଇଛି । ଏପ୍ରିଲ ୨୦ ରୁ ୨୩ ତାରିଖ ଯାଏଁ ଏହି ଚାରି ଦିନିଆ ଜାତୀୟ ନାଟ୍ୟ ଉତ୍ସବ ସ୍ଥାନୀୟ ମ୍ୟୁନିସିପାଲିଟି ଅଡିଟୋରିୟମରେ ମଞ୍ଚସ୍ଥ ହେଇ ଆସୁଥିଲା । ଏହି ଚାରିଦିନିଆ ନାଟକ ମହୋତ୍ସବର ଶେଷ ଉଦଯାପନୀ ସନ୍ଧ୍ୟାରେ ସଦର ବିଧାୟକ ତଥା ବିରୋଧୀ ଦଳ ନେତା ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଡିଏଫଓ ଧନରାଜ ଏଚ ଡି ଯୋଗ ଦେଇ ମଞ୍ଚ ନାଟକ କଳାକୁ ବଞ୍ଚେଇ ରଖୁଥିବା ପ୍ରକାଶ କରିଥିଲେ । ଉଦଘାଟନୀ ସନ୍ଧ୍ୟାରେ ଭୁବନେଶ୍ୱରରୁ ଶତାବ୍ଦୀର କଳାକାର ନାଟ୍ୟ ସଂସ୍ଥା ଦ୍ୱାରା ନାଟକ ଦଶବତାର ମଞ୍ଚସ୍ଥ ହୋଇଥିଲା । ପ୍ରଥମ ଦିନରେ ନାଟକ ‘ଦଶ ଅବତାର’ ଦେଖି ଦର୍ଶକ ବିମୋହିତ ହୋଇଥିଲେ । ସେହିଭଳି ଏପ୍ରିଲ୨୧ ରେ ଭୋପାଳର ଅଗ୍ରଣୀ ନାଟ୍ୟ ସଂସ୍ଥା ରେଜିଙ୍ଗ ସୋସାଇଟି ଅଫ ଆର୍ଟ ଏଣ୍ଡ କଲଚର ଦ୍ଵାରା ନାଟକ ‘ମଜୁନୁ ଲାଉସମେଣ୍ଟ’ ମଞ୍ଚସ୍ଥ ହୋଇଥିଲା । ଭୋପାଳର ଏହି ଜୀବନ୍ଧ ନାଟକ ଦର୍ଶକଙ୍କ ମନ ଜିଣିବା ସହ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖୁଥୁଲା । ତୃତୀୟ ଦିନ କଲିକତାର ନାଟ୍ୟ ଅନୁଷ୍ଠାନ ତିଲଜଲା କକ୍ସନ ନାଟ୍ୟଗୋଷ୍ଠୀ ଦ୍ବାରା ନାଟକ ଏକ କିତିର ଦିନଲିପି ମଞ୍ଚସ୍ଥ ହୋଇଥିଲା । ଶେଷ ଦିନ ନାଟ୍ୟକାର ଚିନ୍ମୟ ଦାସ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ କାସାଣ୍ଡ୍ରା ନିଜସ୍ୱ ନାଟକ ‘କଥା ତ ଏତିକି’ ମଞ୍ଚସ୍ଥ ହୋଇଥିଲା । ଏହି ନିଜସ୍ୱ ନାଟକ ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିବା ବେଳେ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖୁଲା । ଏହି ନାଟ୍ୟ ଉତ୍ସବର ଶେଷ ସନ୍ଧ୍ୟାରେ କାସାଣ୍ଡ୍ରା ସ୍ବର୍ଗତ ସଦସ୍ୟ ଧୀରେନ୍ଦ୍ର ରାଉତ , ଗୟାଧର ଦାସ , ବନ ବିହାରୀ ପହି , ଦେବାଶିଷ ପଟ୍ଟନାୟକ ଏବଂ ବିରଞ୍ଚି ନାରାୟଣ ଦାସଙ୍କ ସ୍ମୃତିରେ ବରିଷ୍ଠ ନାଟ୍ୟ କଳାକାର ଯୋଗେନ୍ଦ୍ର ମହାପାତ୍ର , ଘନଶ୍ୟାମ ମିଶ୍ର , ପରୀକ୍ଷିତ ମିଶ୍ର , ନୃତ୍ୟଗୁରୁ କଳ୍ପତରୁ ଆଚାର୍ଯ୍ୟ , ବିଦ୍ୟାଧର ରାଏଙ୍କୁ କାସାଣ୍ଡ୍ରା ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରକାଶ ଯେ କାସାଣ୍ଡ୍ରା ଅନୁଷ୍ଠାନ ପକ୍ଷରୁ ଦୀର୍ଘ ୪୧ ବର୍ଷ ଧରି ନାଟକ ମହୋତ୍ସବ ପାଳିତ ହୋଇଆସୁଛି । ଶେଷରେ ଅନୁଷ୍ଠାନର ସଭାପତି ଦେବବ୍ରତ ସ୍ୱାଇଁ ଓ ସମ୍ପାଦକ ମଳୟ ମହାପାତ୍ର ସମସ୍ତ ଦର୍ଶକ ଓ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ତଥା ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇ ଉତ୍ସବକୁ ଉଦଯାପିତ କରିଥିଲେ।

Leave A Reply

Your email address will not be published.

four + 18 =