ଚମ୍ପୁଆ ଶିଶୁ ମନ୍ଦିରରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ

ଚମ୍ପୁଆ। : ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ଯୋଜନା ଅନୁସାରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା
ମନ୍ଦିରଠାରେ ସଂକୁଳ ସ୍ତରୀୟ ତ୍ରିଦିବସୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟଶାଳାର ଉଦ୍ଘଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରମାକାନ୍ତ ପ୍ରଧାନ ଯୋଗ ଦେଇ ପ୍ରକୃତି ଆଧାରିତ ଶିକ୍ଷା ପ୍ରଦାନ କରିବାକୁ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ପରାମର୍ଶ ଦେଇଥିଲେ । ଚମ୍ପୁଆ ସଂକୁଳର ସଂକୁଳ ପ୍ରମୁଖ ପ୍ରଶାନ୍ତ କୁମାର ନନ୍ଦ ସଭାପତିତ୍ୱ କରି ନିଷ୍ଠାପର ଭାବେ ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଧଳାଡିହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଘନଶ୍ୟାମ ମହାନ୍ତ ଯୋଗଦେଇ ରାଷ୍ଟ୍ର ସର୍ବୋପରି ପ୍ରସଙ୍ଗରେ ଭାରତୀୟ ମହାନ୍ ଶିକ୍ଷା ପରମ୍ପରା ଓ ନୂତନ ଶିକ୍ଷାନୀତି ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ କାର୍ଯ୍ୟଶାଳାର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଭୋଳାନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କର୍ମଶାଳାରେ ମୋଟ ୧୧ଟି ସରସ୍ଵତୀ ଶିଶୁ ମନ୍ଦିରର ୧୨୩ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲ । ଏଥିରେ ମୋଟ ୧୬ଟି ପିରିୟଡ଼ରେ ୪ଟି ବିଭାଗରେ ପ୍ରଶିକ୍ଷଣ ଦିଆଯାଇଥିଲା ‌ । ଏହି କାର୍ଯ୍ୟକ୍ରମରେ ପଞ୍ଚପଦୀ ଆଧାରିତ ଆଦର୍ଶ ଶିକ୍ଷାଦାନ, ପୂର୍ବ ପ୍ରସ୍ତୁତି, ପାଠ୍ୟ ଯୋଜନା, ସୁଲିଖନ, ଆଧାରଭୁତ ବିଷୟ, ଶ୍ରେଣୀକାର୍ଯ୍ୟ ପରିଚାଳନା, ବିନ୍ଦୁ ଭିତ୍ତିକ ନୋଟ୍ ଲିଖନ ଓ ଉପକରଣ ପ୍ରସ୍ତୁତି ଆଦି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.

five × 2 =