ଇଫକୋ ଦ୍ଵାରା ପ୍ରସ୍ତୁତ ବିଶ୍ୱର ପ୍ରଥମ ନାନୋ ଡି.ଏ.ପି. ତରଳ ସାରର ଲୋକାର୍ପଣ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : କୃଷି ଓ କୃଷକର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଇଫକୋ ଚାଷୀ ଭାଇମାନଙ୍କ ଉଦ୍ଦେଶ୍ୟରେ ନେଇ ଆସିଛି ନାନୋ ଡି.ଏ.ପି. ତରଳ ସାର। ଏହି ନାନୋ ଡି.ଏ.ପି. ତରଳ ସାର ୫୦୦ ମି.ଲି. ବୋତଲରେ ଉପଲବ୍ଧ ଅଟେ ଏବଂ ଏକ ୫୦୦ ମି.ଲି. ବୋତଲ ଏକ ୫୦ କି.ଗ୍ରା.ଦାନାଦାର ଡି.ଏ.ପି. ବସ୍ତା ସହ ସମାନ। ଚାଷୀ ଭାଇମାନଙ୍କ ଉଦ୍ଦେଶ୍ୟରେ ଗତକାଲି ମାନନୀୟ କେନ୍ଦ୍ରୀୟ ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ କରକମକଳରେ ଏହି ତରଳ ନାନୋ ଡି.ଏ.ପି. ସାରର ଲୋକାର୍ପଣ କାର୍ଯ୍ୟକ୍ରମ ଇଫକୋ ମୁଖ୍ୟାଳୟ, ସାକେତ, ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ସିଧାପ୍ରସାରଣ ମାଧ୍ୟମରେ ଅଗଣିତ କୃଷକ ବନ୍ଧୁ, କୃଷି ବିଶେଷଜ୍ଞ, ସହାକାରୀ ସମିତି ସଦସ୍ୟ ଏବଂ ବିଭିନ୍ନ ରିଟେଲର ଇତ୍ୟାଦି ଅଂଶ ଗ୍ରହଣ କରିଥିଲେ। ମାନନୀୟ କେନ୍ଦ୍ରୀୟ ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ, ଚାଷୀ ଭାଇମାନଙ୍କ ଉଦ୍ଦେଶ୍ୟରେ ଦାନାଦାର ଡି.ଏ.ପି. ବସ୍ତା ଏବଂ ତରଳ ନାନୋ ଡି.ଏ.ପି. ମଧ୍ୟରେ ଥିବା ପାର୍ଥକ୍ୟ ଏବଂ ଉପଯୋଗିତା ବିଷୟରେ ଆଲୋକପାତ କରିବା ସହ ସମସ୍ତ ଭାରତବର୍ଷର ଚାଷୀ
ଭାଇମାନଙ୍କୁ ନାନୋ ଡି.ଏ.ପି. ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ। କୃଷି କ୍ଷେତ୍ରରେ ଏହି ନୂତନ ଉଦ୍ଦଭାବନ ପାଇଁ
ଶ୍ରୀ ଅମିତ ଶାହ ଇଫକୋର ପରିଚାଳନା ସଦସ୍ୟ ତଥା ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ
ଇଫକୋ ନାନୋ ଡି.ଏ.ପି. ତରଳ ସାର କୃଷି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ବିପ୍ଳବ ସୃଷ୍ଟି କରିବାରେ ସହାୟକ ହେବ।

Leave A Reply

Your email address will not be published.

sixteen + fourteen =