ପ୍ରଣତି ଛୋଟରାୟ ବୟନିକାର ପରିଚାଳନା ନିର୍ଦେଶିକା

ଭୁବନେଶ୍ୱର, ୨୭ ।୪ (ନିପ୍ର) : ଆଇଏଏସ୍ ପ୍ରଣତି ଛୋଟରାୟଙ୍କୁ ରାଜ୍ୟ ସରକାର ବୟନିକାର ପରିଚାଳନା ନିର୍ଦେଶକ ଭାବେ ବଦଳି କରିଛନ୍ତି । ଶ୍ରୀମତୀ ଛୋଟରାୟ ଏବେ ଟ୍ରେଜେରୀ ଆଣ୍ଡ ଇନ୍ସ୍ପେକସନ ନିର୍ଦେଶାଳୟର ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀମତୀ ଛୋଟରାୟ ବୟନିକା ପରିଚାଳନା ନିର୍ଦେଶିକା ଭାବେ ରାଜ୍ୟ ସରକାରରେ ଆଇଏଏସ୍ କ୍ୟାଡ଼ରରେ ଯୁଗ୍ମ ସଚିବ ପାହ୍ୟାର ସୁବିଧା ସୁଯୋଗ ପାଇବେ । ଶ୍ରୀମତୀ ଛୋଟରାୟ ମଧ୍ୟ ରାଜ୍ୟ ହସ୍ତତନ୍ତ ନିର୍ଦେଶିକା ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

Leave A Reply

Your email address will not be published.

1 − 1 =