ନବରଙ୍ଗପୁରରେ 100 ୱାଟ ଏଫ୍ ଏମ୍ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ

ନବରଙ୍ଗପୁର :  ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାରା ଭାରତରେ 91 ଗୋଟି 100 ୱାଟ କ୍ଷମତା ବିଶିଷ୍ଟ  ଏଫ ଏମ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନୀ ଉତ୍ସବରେ ମାନ୍ୟବର ସୂଚନା ଓ ପ୍ରସାରଣ, କ୍ରୀଡା ଓ ଯୁବବିଭାଗ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଏବଂ ମାନ୍ୟବର ସୂଚନା ଓ ପ୍ରସାରଣ, ପଶୁ ଓ ମତ୍ସ୍ୟ ପାଳନ ତଥା ଦୁଗ୍ଧ ବିଭାଗର ରାଜ୍ୟପାହ୍ୟା ମନ୍ତ୍ରୀ ଡ: ଏଲ ମୁରୁଗାନ ଉପସ୍ଥିତ ଥିଲେ। ଏହି ଅବସରରେ ଆଭାସୀ ମାଧ୍ୟମରେ ଆୟୋଜିତ ଏହି ଉତ୍ସବରେ ଭାରତର 91ଟି ସ୍ଥାନରେ ଏକା ସମୟରେ ସମ୍ପୃକ୍ତ ଅଞ୍ଚଳର ଜନ-ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତଥା ଜନସାଧାରଣଙ୍କ ସମାବେଶ ହୋଇଥିଲା। ଏହି ଅବସରରେ ଆକାଶବାଣୀ ଜୟପୁର କେନ୍ଦ୍ର ପକ୍ଷରୁ କୋରାପୁଟ, ମାଲକାନଗିରି ଏବଂ ନବରଂଗପୁର ଠାରେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା। ନବରଙ୍ଗପୁର ସହରର ରାଜୁସାହି ଗଣେଷ ମନ୍ଦିର ନିକଟରେ ଏହି 100 ୱାଟ ଏଫ ଏମ ଟ୍ରାନ୍ସମିଟର ଉଦ୍ଘାଟିତ ହୋଇଛି। ଏହି ଉତ୍ସବରେ ଜିଲ୍ଲାପାଳ ଡ଼. କମଳ ଲୋଚନ ମିଶ୍ର,ଆରକ୍ଷୀ ଅଧୀକ୍ଷକ ଏସ୍.ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ,ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା ମଳୟ  କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ମୁନିସିପାଲିଟି ଚେୟାରମ୍ୟାନ କୁନୁ ନାୟକ,ବରିଷ୍ଟ ନାଗରିକ ସଂଘର ସଭାପତି ଡଃ ରାଧାନାଥ ବେହେରା,ସମାଜ ସେବୀ ଗୋପବନ୍ଧୁ ବିଶୋଇ, ଜେମାମଣି ବିଶୋଇ, ବିଜୟ ଚୌଧୁରୀ, ଡଃ ବିଜୟ ମିଶ୍ରଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ନବରଙ୍ଗପୁର ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ସଂଗୀତ ଓ ନାଟକ କ୍ଷେତ୍ରରେ ପ୍ରତିଷ୍ଠିତ କଳାକାର ,ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଗଣମାଧ୍ୟମର ପ୍ରତିନିଧୀ ପ୍ରମୁଖ ଯୋଗ ଦେଇଥିଲେ ।ଆକାଶବାଣୀ ଜଯପୁର ପକ୍ଷରୁ ବରିଷ୍ଠ ଊଦଘୋଷିକା ଅମିତା ଦାସ, ଆକାଶବାଣୀ ଭଵାନିପାଟଣାର ସହାୟକ ଯନ୍ତ୍ରୀ ଅଶୋକ କୁମାର ରାଉତ, ତଥା ଟେକ୍ନିସିଆନ ବସନ୍ତ କୁମାର ପାଢୀ,ରାଜଶେଖର,ପ୍ରଭାତୀ ବିଶୋଇ ଉପସ୍ଥିତ ରହି ଏ ଉତ୍ସବକୁ ପରିଚାଳନା କରିଥିଲେ। ସ୍ଥାନୀୟ ଏଫ ଏମ ରେ ନିୟୋଜିତ ରବିକୁମାର ଏବଂ ପ୍ରବିର କୁମାର ସାହୁ ଏହି କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.

17 − fifteen =