ଛତିଶଗଡ଼ର ଦୁଇ ଯୁବକ ଓଡ଼ିଶାରେ ଅଟକ ଘଟଣା

ରାଇଘର ଥାନା ପରେ ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ଗ୍ରାମବାସୀ

ରାଇଘର : ଛତିଶଗଡ଼ର ସୋଭା ଥାନା ଅନ୍ତର୍ଗତ ସାଇବାନୀ ଜଂଗଲରେ ନକ୍ସଲ ଏବଂ ଓଡ଼ିଶା ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିବା ପରେ ଏବେ ସେହି ଗ୍ରାମର ଦୁଇ ଯୁବକଙ୍କ ପତ୍ତା ମିଳିପାରୁନାହିଁ | ଗତକାଲି ଏହିି ଯୁବକ ଦୁହିଁଙ୍କୁ ଓଡ଼ିଶା ଏସ୍‌ଓଜି ଉଠାଇ ଆଣିଥିବା ଅଭିଯୋଗ ନେଇ ଛତିଶଗଡ଼ରୁ ଶତାଧିକ ଲୋକେ ପ୍ରଥମେ ଫୁଟାନଡ଼ା କ୍ୟାମ୍ପ ଓ ପରେ ରାଇଘର ଥାନା ଘେରାଉ କରିଥିଲେ | ଯୁବକ ଦୁହିଁଙ୍କ ସମ୍ପର୍କରେ  କୌଣସି ସୂଚନା ନାହିଁ ବୋଲି ରାଇଘର ପୁଲିସ ପ୍ରକାଶ କରିବା ପରେ ଆଜି ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଯୁବକ ଦୁହିଁଙ୍କୁ ଛାଡ଼ି ଦେବାକୁ ଅନୁରୋଧ କରିଥିଲେ | ଏହି ଅବସରରେ ଛତିଶଗଡ଼ରୁ ପ୍ରାୟ ୧୨ ଜଣ ଦିନ ପ୍ରାୟ ସାଢେ ଗୋଟାଏ ସମୟରେ ଏସପିଙ୍କୁ ଭେଟିବାକୁ ଯାଇଥିଲେ l ଅପରପକ୍ଷରେ ସେ ଛୁଟିରେ ରହିଥିବାରୁ ନବରଙ୍ଗପୁର ଡିଏସପି ଚନ୍ଦ୍ରଶେଖର ହୋତାଙ୍କୁ ଭେଟି ଥିଲେ | ଡିଏସପି ଶ୍ରୀ ହୋତା ସେମାନଙ୍କୁ ବୁଝାସୁଝା କରିବା ସହିତ ସଭା ଥାନା ଅଧିକାରୀ ମାନଙ୍କ ସହିତ ଫୋନ ଯୋଗେ କଥାବାର୍ତ୍ତା କରିଥିଲେ | ଏହାପରେ ଉକ୍ତ ଗ୍ରାମବାସୀ ଛତିଶଗଡ଼କୁ ଫେରି ଯାଇଥିବା ଜଣାପଡିଛି |        ପ୍ରକାଶ ଥାଉକି ଗତ ବୁଧବାର ସକାଳ ସାଢେ ୯ଟା ସମୟରେ ନକ୍ସଲ ଓ ପୁଲିସ ଗୁଳି ବିନିମୟ ପରେ ଓଡ଼ିଶା ପୁଲିସ ଛତିଶଗଡ଼ ଅଂଚଳରୁ ଦୁଇ ଯୁବକଙ୍କୁ ଉଠାଇ ଆଣିଥିବା ଅଭିଯୋଗ କରି ଗତକାଲି ଶୋଭା ଥାନା ଅଂଚଳର ୮ ଗୋଟି ପଂଚାୟତର ପ୍ରାୟ ୪ ଶହରୁ ଉର୍ଧ ଗ୍ରାମବାସୀ ରାଇଘର ଥାନାର ଦ୍ୱାରସ୍ଥ ହୋଇଥିଲେ | ନିରୀହ ଯୁବକଙ୍କୁ ଉଠାଇ ଆଣିବା ଅଭିଯୋଗ କରି ଗ୍ରାମବାସୀ ଏଭଳି ପଦକ୍ଷେପ ନେଇଥିବା ବେଳେ ସେମାନଙ୍କୁ ତୁରନ୍ତ ଛାଡ଼ିଦେବାକୁ ଅନୁରୋଧ କରିଥିଲେ | ଉକ୍ତ ଯୁବକ ଦୁହେଁ ମୋତିପାଣି ଗ୍ରାମର ହେମଲାଲ୍ ନାଗେଶ (୩୧) ଓ ଭୁତବେଡ଼ା ଗ୍ରାମର ପ୍ରକାଶ ମାର୍କମ (୨୦)ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି | 

Leave A Reply

Your email address will not be published.

3 × one =