ଜିଲ୍ଲାରେ ଚାରିଆଡେ ଜଳକଷ୍ଟ, ଏବେ ସୁଦ୍ଧା ପାନୀୟ ଜଳପାଇଁ ୨କିଲୋମିଟର ଯିବାକୁ ପଡୁଛି

ଜଗତସିଂହପୁର : ସାରା ଜଗତସିଂହପୁର ଜିଲ୍ଲାରେ ପାଣି ପାଇଁ ଲୋକେ ଡହଳ ବିକଳ ହେବା ସହ ଚାରିଆଡେ ଜଳ କଷ୍ଟ ଯୋଗୁଁ ପାଣି ଟ୍ୟାପ ନିକଟରୁ ୨କିଲୋମିଟର ପର୍ଯ୍ୟନ୍ତ ଲୋକେ ଜାର୍, ପାଣି ବୋତଲଓ ଗରା ମାଧ୍ୟମରେ ଜଳ ନେଉଥିବାର ଦେଖିବାକୁ ମଳୁଛି । ଜିଲ୍ଲାର ଉପକୂଳବର୍ତ୍ତୀ ଗ୍ରାମଠାରୁ ଆରମ୍ଭକରି ସହର, ହାଟ, ବଜାର ଏବଂ ସରକାରୀ ଦପ୍ତରମାନଙ୍କରେ ଥଣ୍ଡା ପାନୀୟ ଜଳ ପାଇବା ପାଇଁ ଲୋକେ ଅନେକ ସମୟ ଅପେକ୍ଷାରେ ଅଛନ୍ତି । ଜଳ ଉତ୍ସଗୁଡିକରୁ ଆସୁଥିବା ପାଣି ଶେଷମୁଣ୍ଡ ପର୍ଯ୍ୟନ୍ତ ପହଞ୍ଚିପାରୁନାହିଁ । ଜିଲ୍ଲାରେ ଥିବା ସହସହ ନଳକୂପ ବସୁଧା ଯୋଜନାରେ ଥିବା ଜଳ ଟାଙ୍କିରୁ ପାଇପ ଯୋଗେ ଆସୁଥିବା ବାଟରେ ଅନେକ ସ୍ଥାନରେ ପାଇପ୍ ଗୁଡିକ ଭାଙ୍ଗିରୁଜିଯିବା ଫଳରେ ଅନେକ ପାନୀୟ ଜଳ ନଷ୍ଟ ହେଉଥିବାର ଦେଖିବାକୁ ମିଳିଛି । ଜିଲ୍ଲାର ନାଉଗାଁ, ବାଲିକୁଦା, ଏରସମା, କୁଜଙ୍ଗ, ପାରାଦ୍ୱୀପ, ତିର୍ତ୍ତୋଲ, ଜଗତସିଂହପୁର, ରଘୁନାଥପୁର, ବିରିଡି ପ୍ରଭୃତି ବ୍ଲକମାନଙ୍କରେ କାର୍ଯ୍ୟକାରୀ ହେଉଥିବା ମିଶନଶକ୍ତି ଜଳଉତ୍ସ ଗୁଡିକ ବିପର୍ଯ୍ୟସ୍ତ ହୋଇପଡିଛି । ସେଥିନିମନ୍ତେ ଗତକାଲି ପାନୀୟଜଳ ଯୋଗାଣ ପ୍ରକଳ୍ପର ସହକାରୀ ସଚିବ ଜଗତସିଂହପୁର ବ୍ଲକର ଓଡିଶ ଗ୍ରାମପଞ୍ଚାୟତ ପରିଦର୍ଶନ କରିଛନ୍ତି । ବିଭିନ୍ନ ସମୟରେ ପାନୀୟ ଜଳ ସମସ୍ୟା ଲଗିରହୁଥିବାରୁ ଏଥି ନିମନ୍ତେ ପାନୀୟ ଜଳ ଯୋଗାଣ କର୍ମଚାରୀମାନେ ନିଜର ଦାୟିତ୍ୱ ବୋଧତାରେ ଉଦାସିନତା ଯୋଗୁଁ ପାଇପ୍ ଜଳ ଯୋଗାଣରେ ବାଧା ଉପୁଜୁଛି । ସହରଠାରୁ ଗାଁ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ଦେଇ ଯାଇଥିବା ପାଇପ ଗୁଡିକ ପାଟି ଯାଇ ପାଣି ନିର୍ଗତ ହେବା ଫଳରେ ସେଠାରେ ପଶୁପକ୍ଷୀ ଓ ସରିସୃପମାନେ ପାଣିପିଉଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ଭଙ୍ଗାରୁଜା ପାଇପ ଯୋଗେ ଦୂଷିତ ଜଳ ମିଶୁଥିବାର ଦେଖିବାକୁ ମିଳିଛି । ଏହିସବୁ ଭଙ୍ଗାରୁଜା ପାଇପ ଏବଂ ପାଣି ଟାଙ୍କି ଗୁଡିକୁ ଶୀଘ୍ର ମରାମତି ପାଇଁ ସାଧରଣରେ ଦାବି ହେଉଛି ।

Leave A Reply

Your email address will not be published.

15 + 18 =