ଧାମରା : କର୍ମକ୍ଷେତ୍ରରେ ନିରାପତ୍ତା ଓ ସ୍ୱାସ୍ଥ୍ୟର ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ ଆଦାନୀ ଧାମରା ବନ୍ଦର ପରିସରରେ କର୍ମକ୍ଷେତ୍ରରେ ନିରାପତ୍ତା ଓ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଧାମରା ବନ୍ଦର ସୁରକ୍ଷା ବିଭାଗ ମୁଖ୍ୟ ସୁବ୍ରତ କୁମାର ମଣ୍ଡଳ ଯୋଗ ଦେଇ ସୁରକ୍ଷା ସଂସ୍କୃତିକୁ ପ୍ରାଧାନ୍ୟ ଦେଇଥିଲେ । ଏଥିସହ ପୋର୍ଟ ଓ ପ୍ରକଳ୍ପ ସ୍ଥଳରେ ଏକ ନିରାପଦ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରିବା ଉଦେଶ୍ୟରେ କର୍ମଚାରୀ ଓ ଅଧିକାରୀମାନଙ୍କୁ ସଚେତନ କରିଥିଲେ । ଶ୍ରମିକମାନଙ୍କ ମଧ୍ୟରେ ବୃତ୍ତିଗତ ବିପଦ, ଦୁର୍ଘଟଣା ଓ ଅସୁସ୍ଥତା କ୍ଷେତ୍ରରେ ସୁରକ୍ଷା ଆବଶ୍ୟକତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଦିବସ ପାଳନ ଅବସରରେ ପୋର୍ଟ କର୍ମଚାରୀଙ୍କ ନିମନ୍ତେ ଡ. ଉପାସନାଙ୍କ ଦ୍ୱାରା ଏକ ଗ୍ରୀଷ୍ମକାଳୀନ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା ।