ଦୁର୍ଗମ ଅଞ୍ଚଳ ଭାଟିଫାସ୍ ଗ୍ରାମରେ ନୂତନ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ସର୍ଭେ ଆରମ୍ଭ

ଜୟପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ପାଡେପଦର ଗ୍ରାମ ପଞ୍ଚାୟତର ଭାଟିଫାସ ଗ୍ରାମର ଚ୍ଛାତ୍ର ଛାତ୍ରୀ ମାନେ ଶିକ୍ଷାକ୍ଷେତ୍ରରେ ବଞ୍ଚିତ ହେଉଛନ୍ତି , ଗାଁରେ ବିଦ୍ୟାଳୟ ନାହିଁ, ପାଠ ପଢିବା ସୁଯୋଗ ପାଇ ପାରୁନାହାନ୍ତି ଗାଁର ଛୋଟ ଛୋଟ  ପୁଅ ଓ ଝିଅ ମାନେ । ଭାଟିଫାଷ, ଭୂତଗୁଡ଼ା, ଚିକନ ଖଡକ ଏହି  ତିନୋଟି ଗ୍ରାମକୁ ନେଇ ଗୋଟି ୱାର୍ଡ ହେଇଛି ,ଏହି ୱାର୍ଡରେ ପ୍ରାୟ ଜନ ସଂଖ୍ୟା  ପାଞ୍ଚ ଶହ ରୁ ସାତ ଶହ ହେଵ, ଏହି ଭାଟିଫାସ  ଗ୍ରାମ ପାହାଡ ପର୍ବତ ଘେରା ମଧ୍ୟରେ ରହିଛି, ଗାଁକୁ ଯିବାପାଇଁ  ଭଲ ରାସ୍ତା ଟିଏ ନାହିଁ, ଲୋକେ ରୋଗ ବେମାରରେ ପଡ଼ିଲେ ଆମ୍ବୁଲାନ୍ସ ମଧ୍ୟ ଗାଁ କୁ ଆସିପାରେ ନାହିଁ ।  ଏହି ଗାଁ ରେ କେବଳ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରୁଛନ୍ତି , କିନ୍ତୁ ଏହି ଆଦିବାସୀ ଅଧ୍ୟୁଷିତ  ଗାଁରେ ବସବାସ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପାଠ ପଢିବା ପାଇଁ ବିଦ୍ୟାଳୟଟିଏ ନାହିଁ l  ପାଡେପଦର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ ମୋହନ କୁମାର ସାଗର, ଭାଟିଫାସ ଗ୍ରାମକୁ ଯାଇ ଗାଁର ଲୋକଙ୍କ ସହିତ ବିଦ୍ୟାଳୟ  ଖୋଲିବା ପାଇଁ ଆଲୋଚନା କରିଥିଲେ, ଗ୍ରାମର ସମସ୍ତ ଲୋକ ରାଜିହେବାରୁ,  ଶ୍ରୀ ମୋହନ କୁମାର ସାଗର, କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି  ଭାଟିଫାସ ଗ୍ରାମରେ ଏକ ନୂତନ  ପ୍ରାଥମିକ ବିଦ୍ୟାଳୟ ଖୋଲିବା ପାଇଁ  ପ୍ରସ୍ତାବ ଦେଇଥିଲେ ,ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶରେ ଆଜି   ସିଆର୍ ସି ଶ୍ରୀ ଖଗେଶ୍ବର ନାୟକ ଭାଟିଫାସ ଗ୍ରାମକୁ ଯାଇ ଗ୍ରାମର ସମସ୍ତ ଲୋକଙ୍କୁ ନେଇ ଏକ ବୈଠକ କରିଥିଲେ,  ବୈଠକରେ ସମିତି ସଭ୍ୟ ଓ ଅଙ୍ଗନୱାଡ଼ି କର୍ମୀ ଶୁଲେଖା ନାଏକ ଉପସ୍ଥିତ ଥିଲେ।  ସିଆର୍ ସି ଖଗେଶ୍ବର ନାଏକ  ଗ୍ରାମର  ସମସ୍ତ ପୁଅ ,ଝିଅଙ୍କ ସର୍ଭେ ସରିଲା ପରେ ସରକାର ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେବେ ବୋଲି କହିଥିଲେ l 

Leave A Reply

Your email address will not be published.

sixteen + 2 =