କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି

କୋରାପୁଟ : ଆନ୍ଧ୍ର ଉପ ମୂଖ୍ୟମନ୍ତ୍ରୀ ତଥା ଆନ୍ଧ୍ର ସାଲୁର ବିଧାୟକ ବିଡିକା ରାଜନ ଦୋରା ତାଙ୍କର ଦଳୀୟ କାର୍ଯ୍ୟକ୍ରମରେ ଆନ୍ଧ୍ର ଏବଂ ଓଡିଶା ମଧ୍ୟରେ ବିବାଦ ଲାଗରହିଥିବା କୋଟିଆ ପଞ୍ଚାୟତର ଫଗୁଣସିନେରି , ଫାଟୁସିନେରି,ହରମାଣ୍ଡିଂ, ସଲପଗୁଡା, କୋଣାଦୋରା, ଗ୍ରାମରେ ଅନୁପ୍ରବେଶ କରିଅଛନ୍ତି । ସେ ତାଙ୍କର ଦଳ ତଥା ୱାଈ ଏସ ଆର୍ ଦଳର ଗାଡ଼ପା ଗାଡ଼ପା କି ମାନା ପ୍ରଭୂତ୍ଵମ(ଘର ଘରକୁ ଆମ ସରକାର) କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତେକ ଘରେ ପହଞ୍ଚି ଗ୍ରାମବାସୀଙ୍କୁ ଆନ୍ଧ୍ରପ୍ରଦେଶ ସରକାରଙ୍କ ସମସ୍ତ ଯୋଜନାଗୁଡ଼ିକୁ ନେଇ କହି ଲୋକଙ୍କୁ ଆନ୍ଧ୍ର ମୁଁହା କରିବା ନିମନ୍ତେ ଚେଷ୍ଟା କରିଅଛନ୍ତି।ଓଡିଶା ସରକାର କୋଟିଆର ଉନ୍ନତି ନିମନ୍ତେ ୧୫୦କୋଟି ଟଙ୍କା ଅନୁଦାନ ଖର୍ଚ୍ଚ କରି ରାସ୍ତା ନିର୍ମାଣ, ସ୍ୱାସ୍ଥ୍ୟ କେନ୍ଦ୍ର, ଗମନାଗମନ, ବିଦ୍ୟାଳୟ, ଆଇନ ବ୍ୟବସ୍ଥା, ଜୀବନ ଜୀବିକା ନିମନ୍ତେ ସମସ୍ତ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ କରିଅଛନ୍ତି।କିନ୍ତୁ ଆନ୍ଧ୍ର ସ୍ଥାନୀୟ କିଛି ଜନ ପ୍ରତିନିଧିଙ୍କ କାନ୍ଧରେ ବନ୍ଧୁକ ଚଳାଇ ସ୍ଥାନୀୟ ଅଧିବାସୀଙ୍କୁ ଆନ୍ଧ୍ର ମୁହାଁ କରିବା ପାଇଁ ବାରମ୍ବାର ଚେଷ୍ଟା ଚଳେଇ ଅଛି। ଆନ୍ଧ୍ରର ଏଭଳି ହୀନ ଚକ୍ରାନ୍ତକୁ ବୁଦ୍ଧିଜୀବି ମହଲରେ ନିନ୍ଦା କରିଛନ୍ତି ।

Leave A Reply

Your email address will not be published.

two × two =