ନାଇଜର ବୈଜ୍ଞାନିକ ଡ. ତପନ ମିଶ୍ର ପାଇଲେ ଏସ୍ ଇ ଆର ବି – ଷ୍ଟାର ପୁରସ୍କାର

ଭୁବନେଶ୍ୱର : ଜଟଣୀ ସ୍ଥିତ ପୂର୍ବ ଭାରତର ପ୍ରମୁଖ ବିଜ୍ଞାନ ଅନୁଷ୍ଠାନ ନାଇଜରକୁ ଆସିଛି ଆଉ ଏକ ସଫଳତା । ପଦାର୍ଥ ବିଜ୍ଞାନରେ ଗବେଷଣାରତ ଡ. ତପନ ମିଶ୍ରଙ୍କୁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ୨୦୨୨ ମସିହା ପାଇଁ ସମ୍ମ।ନଜନକ ଏସ୍ ଇ ଆର ବି – ଷ୍ଟାର ପୁରସ୍କାର ପ୍ରଦାନ କରାଯାଇଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗରେ ବିଭିନ୍ନ ପ୍ରକଳ୍ପର ସଫଳତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଅଧୁନା ଡ. ତପନ ମିଶ୍ର ନାଇଜର ପଦାର୍ଥ ବିଜ୍ଞାନ ବିଭାଗରେ କ୍ୱାଂଟମ କଣ୍ଡେନସ୍ ମ୍ୟାଟର ଉପରେ ଗବେଷଣାରତ ଅଛନ୍ତି । ଜଗତ୍ସିଂହପୁରର ନରଣପୁରଠାରେ ଜନ୍ମିତ ଡ. ମିଶ୍ର ନାଇଜରର ପ୍ରଥମ ଗବେଷକ ଯିଏ କି ଏହି ଭାରତ ସରକାରଙ୍କ ସମ୍ମ।ନଜନକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ସମ୍ମ।ନ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତଥା ବୈଜ୍ଞାନିକ ମହଲରୁ ଶୁଭେଚ୍ଛା ତଥା ଅଭନନ୍ଦନ ଜଣାଯାଉଛି ।

Leave A Reply

Your email address will not be published.

14 + eighteen =