କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲ୍ଲା ପଞ୍ଚାୟତରେ ଦିନକୁ ଦିନ ବ୍ୟାପୁଛି ଆନ୍ଥ୍ରାକ୍ସ। ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶା କରାଯାଉ ଥିବାବେଳେ ଆଜି ଆଞ୍ଚଳିକ ସ୍ବାସ୍ଥ୍ୟ ଅନୁସନ୍ଧାନ କେନ୍ଦ୍ର ଭୁବନେଶ୍ୱରରୁ ଆଜି ଲକ ଡାକ୍ତରୀ ଦଳ ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତକୁ ଯାଇ ବୁଲି ଦେଖିଛନ୍ତି। ଏହି ଟିମରେ ଡ.ଦେବପ୍ରସାଦ ପରାଇ ଓ ଡ.ହରିରାମ ଚୌଧୁରୀ, ଡ.ପି.କେ. ସାମଲ ଓ ଡ.ସୁନୀତା ଜେନା ଗାଁକୁ ଗାଁ ବୁଲି ଦେଖିଛନ୍ତି। ଏହାସହ ପ୍ରତି ଲୋକଙ୍କୁ ପଚାରିବା ସହ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିଥିବା ଜଣାପଡିଛି। ଆଜି ୧୬ ଜଣଙ୍କର ରିପୋର୍ଟ ପିଜିଟିଭ୍ ଆସିଥିବାବେଳେ ଚଳିତମାସ ୨ ତାରିଖରେ ପ୍ରଥମ ରିପୋର୍ଟ ଆସିଥିଲା। ଏହା ପରଦିନ ଅର୍ଥାତ ୫ଜଣ ରିପୋର୍ଟ ଆସିଥିବାବେଳେ ଏବେ ଯାଏ ୧୬ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ତେନ୍ତୁଳିଗୁଡାର ୧୦, ଖଜୁରୀଗୁଡାର ୫ ଓ ମରିଚମାଳରୁ ଜଣଙ୍କର ରିପୋର୍ଟ ଆସିଛି। ତେବେ ଗତ ମାସ ମଧ୍ୟରେ ୨୫ଟି ପ୍ରାଣୀଙ୍କର ମୃତ୍ୟୁ ଘଟିଛି। ଏହି ତିନି ଗାଁର ୧୪୭ ଜଣ ଗୋମାଂସ ଭକ୍ଷଣ କରିଥିବାବେଳେ ୧୩୭ ଜଣଙ୍କଠାରୁ ନମୁନା ସଂଗ୍ରହ କରାଯାଇଛି। ଏବେ ଯାଏ ୮ଟି କ୍ୟାମ୍ପ କରିଥିବାବେଳେ ପ୍ରତିଦିନ କ୍ୟାମ୍ପ ଚାଲିଛି ବୋଲି ସିଡିଏମଓ ଅରୁଣ କୁମାର ପାଢୀ କହିଛନ୍ତି।