କରଞ୍ଜିଆରେ ଆଳୁମିଶନ ଫେଲ

କରଞ୍ଜିଆ : ପଞ୍ଚପିଢ଼ ଉପଖଣ୍ଡର ସଦର ମହକୁମା ହେଉଛି କରଞ୍ଜିଆ ଏହା ପାଞ୍ଚଟି ବ୍ଲକ ଓ ଗୋଟିଏ ଏନ ଏ ସି କୁ ନେଇ ଗଠିତ । ଏହି କରଞ୍ଜିଆରେ ସରକାରୀ ଶିଳ୍ପ ନଥିବାରୁ ବେକାରୀ ସଂଖ୍ୟା ବଢିବାରେ ଲାଗିଛି ଯଦି ବା ଏଠାରେ ବେସରକାରୀ ଭାବେ ୧୧ ଟି ଶୀତଳ ଭଣ୍ଡାର ଥିଲା ସେଥିରେ କିଛି ବେକାର ଯୁବକ ଯୁବତୀ ନିଯୁକ୍ତି ହେବା ସହ କିଛି ଶ୍ରମିକ ବି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଏହି ଶୀତଳ ଭଣ୍ଡାରରେ ଆଳୁ ଆମଦାନୀ ସମୟରେ ଗଚ୍ଛିତ କରି ରଖୁଥିଲେ ଓ ଆଳୁର ଅଭାବ ସମୟରେ ତାହା ବଜାରକୁ ଛାଡ଼ୁଥିଲେ, ଯାହା ଫଳରେ ଏ ଅଞ୍ଚଳରେ ଆଳୁର ଅଭାବ ଦେଖା ନ ଯିବା ସହିତ ବଜାର ଦର ବି ନିୟଂତ୍ରଣ ରେ ରହୁଥିଲା ତେବେ ଶୀତଳ ଭଣ୍ଡାରରେ ଆଳୁ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଆଳୁ ଚାଷ ହେଉନଥିଲା, ଯାହା ଫଳରେ ଆଳୁ ଗଚ୍ଛିତ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଥିଲା ଓ ପଶ୍ଚିମବଙ୍ଗରୁ ପର୍ଯାପ୍ତ ପରିମାଣରେ ଆଳୁ ଫେବୃଆରୀ ମାସରୁ ପରିବହନ କରି ଶୀତଳ ଭଣ୍ଡାରରେ ଗଚ୍ଛିତ କରାଯାଉଥିଲା । ପୁଣି ଏହି ଆଳୁକୁ ମେ, ଜୁନ ମାସରୁ ବାହାର କରି ବଜାରରେ ବିକ୍ରି ହେଉଥିଲା , ଆଳୁ ଗଚ୍ଛିତ କରିବା ପାଇଁ ଏଠା ମାଲିକମାନେ ୧୧ ଗୋଟି ୟୁନିଟ ଶୀତଳ ଭଣ୍ଡାର ନିର୍ମାଣ କରିଥିଲେ, ତେବେ ଏହି ବ୍ୟବସାୟରେ ଲଗାତାର ବର୍ଷ ପରେ ବର୍ଷ ବ୍ୟବସାୟୀ ମାନେ କ୍ଷତି ସହୁଥିବା ତଥା ସରକାର ଆଳୁ ବ୍ୟବସାୟୀ ଓ ଶୀତଲ ଭଣ୍ଡାର ମାଲିକମାନଙ୍କୁ ପ୍ରୋତ୍ସାହନ ଯୋଗାଇଲେ ନାହିଁ କି ବିଦୁତ ବିଲରେ ରିହାତି ଦେଲେ ନାହିଁ, ଯାହା ଫଳରେ ବ୍ୟବସାୟୀ ତଥା ଶୀତଳ ଭଣ୍ଡାର ମାଲିକ ଆଉ ଶୀତଳ ଭଣ୍ଡାର ଚଳାଇ ପାରିଲେ ନାହିଁ, ଫଳରେ ଗୋଟେ ପରେ ଗୋଟେ ଇଉନିଟ ବନ୍ଦ ହେବାରେ ଲାଗିଲା ଯାହା ଏବେ ଗୋଟେ ଇୟୁନିଟରେ ପହଁଚିଲାଣି ଖାଲି ତ ଶୀତଳ ଭଣ୍ଡାର ବନ୍ଦ ହୋଇନି ସେଥିରେ ଲାଗିଥିବା ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି ନଷ୍ଟ ହେଲାଣି । ଏକଦା ଓଡ଼ିଶାରେ ଆଳୁର ଘୋର ଅଭାବ ଦେଖାଦେଲା ଫଳରେ ସରକାର ଓଡ଼ିଶାରେ ପର୍ଯ୍ୟାପ୍ତ ଆଳୁ ଚାଷ ପାଇଁ ଚିନ୍ତା କଲେ ଏବଂ ଏହାକୁ ଗଚ୍ଛିତ କରିବାକୁ ନୂଆ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଘୋଷଣା କରି ନିର୍ମାଣ କିରିବାକୁ ୭୫%ରିହାତି ଦେବାକୁ ଘୋଷଣା କଲେ ଚାଷୀକୁ ରିହାତି ଦରରେ ବିହନ ଯୋଗାଇବାକୁ ବି ଘୋଷଣା କରିଥିଲେ ତେବେ ବିହନ ଯୋଗାଣ ବହୁ ବିଳମ୍ବରେ ହେଉଥିବାରୁ ଚାଷୀ ହତାଶ ହେଲେ ପ୍ରୋତ୍ସାହନ ଅଭାବରୁ ମାଲିକମାନେ ବି ଭାଙ୍ଗି ପଡିଲେ ,ଯାହା ଫଳରେ ଶୀତଳ ଭଣ୍ଡାର ବନ୍ଦ ହେବାରେ ଲାଗିଲା ପୁଣିଥରେ ଆଳୁ ପାଇଁ ପଶ୍ଚିମବଙ୍ଗ ଉପର ନିର୍ଭିର କଲେ, ଚାଷୀ ଠିକ ସମୟରେ ବିହନ ପାଇଲା ନାହିଁ , ଯାହା ଫଳରେ ଆଳୁ ମିଶନ ଫେଲ ହେଲା, ଗତବର୍ଷ ପଶ୍ଚିମ ବଙ୍ଗଳାରେ ମଧ୍ୟ ଆଳୁ ଉତ୍ପାଦନ ବେଶୀ ନ ହେବାରୁ ବ୍ୟବସାୟୀ ଉତ୍ତରପ୍ରଦେଶ ଉପରେ ନିର୍ଭର କଲେ ଫଳରେ କରଞ୍ଜିଆରେ ଆଳୁ କୁଇଣ୍ଟାଲ ପିଛା ୨୦୦୦ ଟଙ୍କାରେ ପାଇକରି ଦରରେ ବିକ୍ରୀହେଲା କିନ୍ତୁ ଚଳିତ ବର୍ଷ ପଶ୍ଚିମବଙ୍ଗରେ ଆଳୁ ଉତ୍ପାଦନ ଅଧିକ ଥିବାରୁ ଦର ଏକପ୍ରକାର ନିୟନ୍ତ୍ରଣ ଅଛି ବଜାର ଦର କୁଇଣ୍ଟାଲ ପିଛା ୧୩୦୦ ଟଙ୍କାରେ ବିକ୍ରି ହେଉଛି । ତେବେ କେବେ କରଞ୍ଜିଆରେ ପୁଣି ଶୀତଳ ଭଣ୍ଡାର ଚାଲିବ ଓ ବ୍ୟବସାୟ ପୁର୍ବ ପରି ଚାଲିବ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

eighteen − 2 =