ଏସସିବି ରେ ହେବ ରାଜ୍ୟର ପ୍ରଥମ ବୋନ୍ ବ୍ୟାଙ୍କ

କଟକ : କଟକ ବଡ଼ ଡାକ୍ତରଖାନା(ଏସସିବି )ରେ ଖୋଲିବ ରାଜ୍ୟର ପ୍ରଥମ ବୋନ୍ ବ୍ୟାଙ୍କ । ଏଥିପାଇଁ ଅସ୍ଥିଶଲ୍ୟ (ଅର୍ଥୋପେଡିକ୍) ବିଭାଗରେ ସମସ୍ତ ପ୍ରସ୍ତୁତି ସରିଛି । ଅନ୍ୟପଟେ ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବା ବେଳେ ମେସିନ୍ ପାଇଁ ଟେଣ୍ଡର ଡକାଯାଇଛି । ଯାହାକି ଆସନ୍ତା ୨୯ତାରିଖରେ ଖୋଲାଯିବ । ବର୍ତ୍ତମାନ ସମୟରେ ଦୁର୍ଘଟଣା ହେଉ ବା ଅନ୍ୟ କିଛି କାରଣ ପାଇଁ ହାଡ଼ ନଷ୍ଟ ହେଉଥିଲା । ଏପରିକି କୌଣସି ଅସ୍ତ୍ରୋପ୍ରଚାର ସମୟରେ ହାଡ଼କୁ କାଟି ଫିଙ୍ଗି ଦିଆଯାଉଥିଲା । କିନ୍ତୁ ବୋନ୍ ବ୍ୟାଙ୍କ ସ୍ଥାପନ ହେଲେ ହାଡ଼ ନଷ୍ଟ ହେବନି । ଏହାକୁ ସଂରକ୍ଷିତ କରି ରଖାଯାଇ ପାରିବ । ଯାହାକି ପରବର୍ତ୍ତୀ ସମୟରେ ଅନ୍ୟ ରୋଗୀଙ୍କ ଦେହରେ ପ୍ରତିରୋପଣ କରାଯିବ । ବୋନ୍ ବ୍ୟାଙ୍କ ପ୍ରତିଷ୍ଠା କରାଯାଇ ହାଡ ପ୍ରତିରୋପଣ ଆରମ୍ଭ ନିମନ୍ତେ ଏସସିବି କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଛନ୍ତି । ଅସ୍ଥିଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁସାରେ, ବୋନ୍ ବ୍ୟାଙ୍କ ବ୍ୟବସ୍ଥା ସମ୍ପ୍ରତି ଓଡ଼ିଶାରେ ଉପଲବ୍ଧ ନାହିଁ । ଖୁବଶୀଘ୍ର ଏସସିବି ରେ ବୋନ ବ୍ୟାଙ୍କ ଖୋଲାଯିବା ପାଇଁ ଉଦ୍ୟମ କରାଯାଉଛି । ବୋନ ବ୍ୟାଙ୍କରେ ହାଡ ଅସୀମିତ ସମୟ ପାଇଁ ମହଜୁଦ ରହିପାରିବ । ଏବେ ବୋନ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଅସ୍ଥିଶଲ୍ୟ ବିଭାଗରେ ଏକ ଗୃହକୁ ପ୍ରସ୍ତୁତ କରାଯାଉଛି

Leave A Reply

Your email address will not be published.

twenty + 4 =