ଦୁବାଇରେ ସ୍ୱତନ୍ତ୍ର ଓଡ଼ିଶା ଦିବସ ଉତ୍ସବରେ କଳାହାଣ୍ଡିର ସିଙ୍ଗାରୀ ନୃତ୍ୟ ପରିବେଷଣ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପ୍ରତିଭା ଅନୁଷ୍ଠାନର ୪ ଜଣ କଳାକାର ଦୁବାଇରେ ଚାଲିଥିବା ସ୍ୱତନ୍ତ୍ର ଓଡ଼ିଶା ଦିବସ ଉତ୍ସବରେ ଯୋଗ ଦେଇଛନ୍ତି। ପ୍ରତିଭା ଅନୁଷ୍ଠାନର ଜ୍ୟୋତିର୍ମୟ ହରପାଲ, ତରୁଣ ଦୁର୍ଗା, ଶ୍ଵେତାରାଣୀ ପାତ୍ର ଓ ଝୁନି ମାଝୀ ଏହି କାର୍ଯ୍ୟକ୍ରମରେ ସିଙ୍ଗାରୀ ନୃତ୍ୟ ପରିବେଷଣ ପାଇଁ ଦୁବାଇ ଗସ୍ତରେ ଯାଇଛନ୍ତି। କଳାହାଣ୍ଡିର ନୃତ୍ୟ ପରିବେଷଣ ପାଇଁ ପ୍ରତିଭାର ୪ ଜଣ କଳାକାର ଦୁବାଇ ଗସ୍ତ କରିବା ନେଇ କଳାହାଣ୍ଡି ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। ପ୍ରତିଭା ଅନୁଷ୍ଠାନର ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା ଏହି କଳାକାରମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

3 × 1 =