କଣିହାଁ : କଣିହାଁ ବ୍ଲକ, ଆନ୍ଦୋଳନ ଜୋର ହେଉଛି । କିନ୍ତୁ ଗୋଟିଏ ପ୍ରସଙ୍ଗକୁ ନେତା ମନ୍ତ୍ରୀ ସବୁ ଭୁଲିଯାଇଛନ୍ତି , ଯାହା ସ୍ଥାନୀୟ ଲୋକଙ୍କୁ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଛି । କଳକାରଖାନାର ପାଉଁଶ ଗଦା ଉପରେ ଠିଆ ହୋଇଛି କଣିହାଁ ବ୍ଲକ । ଜୁଆଡେ ଦେଖିବ ପାଉଁଶ ଆଉ ପାଉଁଶ । ଆଉ ଏହି ପାଉଁଶ ପାଣି ଓ ଚାଷଜମିରେ ପଶି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ପାଉଁଶ ଧୂଆଁ ଉଡିବା ଫଳରେ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କଣିହାଁ ବ୍ଲକରେ , ପାଉଁଶ ଗଦାରେ ଜୀବନ? କମ୍ପାନୀ ପାଉଛନ୍ତି ଲାଭ, ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା ? କୁଆଡେ ଗଲେ ନେତା ମନ୍ତ୍ରୀ, ଜନତା କଣ ଏଥିପାଇଁ ଭୋଟ ଦେଇଥିଲେ ଚୁପ ହୋଇ ରହିବା ପାଇଁ ନେତା ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି, ହେଲେ ଅଣନିଶ୍ୱାସୀ ହୋଇପଡୁଥିବା କଣିହାଁ ବ୍ଲକ କେବେ ପ୍ରଦୂଷଣମୁକ୍ତ ହେବେ ସେ ବିଷୟରେ ଆଲୋଚନା ନାହିଁ । ପ୍ରସଙ୍ଗ ହେଉଛି ଏନ ଟି ପି ସି କଳକାରଖାନାରୁ ନିର୍ଗତ ପାଉଁଶ, ଧୂଆଁ, ଟିକିରା ନଦୀରେ ପାଉଁଶ ପାଣି, ବ୍ରାହ୍ମଣୀ ନଦୀରେ ପାଉଁଶ ପାଣି ପ୍ରତିଦିନ ଛାଡ଼ିବା, ଏନ ଟି ପି ସି ଟାଉନ ସିପି ଆବର୍ଜନା ପାଣି,ଏନ ଟି ପି ସି କ୍ୱାଟର ମଇଳା ପାଣି ନଦୀକୁ ପାଣି ଛାଡ଼ିବା ଓ ପ୍ରଦୂଷଣ । ନଦୀ ଉପକଣ୍ଠକୁ ଲାଗିରହିଥିବା ଗାଁ ଗୁଡିକ କରଡେଇ, ଗଦାସିଡା, ବିଜିଗୋଳ, କଣିହାଁ, ଟାକୁଆ, ଶାଗଡ଼ିପାଳ ସେହିପରି ପ୍ରଦୂଷଣରେ ଆମ୍ବପାଳ, ନକନକା, ଦଣ୍ଡସିଂହା, ନୂଆଁବଲାଙ୍ଗୀ, ଯଦୁନାଥପୁର, ହରିହରପୁର, ସମଲ, କୁଲେଇ ଆଦି ଗ୍ରାମ ଗୁଡିକ ପବନ ହେଲେ ସ୍ଥିତି ସଙ୍ଗୀନ ହୋଇପଡିଛି । ଜୁଆଡେ ଦେଖିବେ ଖାଲି ପାଉଁଶ ଆଉ ପାଉଁଶ । ଆଉ ଏହି ପାଉଁଶ ପ୍ରଭାବରେ ଦହଗଞ୍ଜ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ମୌସୁମୀ ଋତୁରେ ବର୍ଷା ହେଲେ ଏହି ପାଉଁଶ ରାସ୍ତାଘାଟ,ନଦୀନାଳ ଓ ଚାଷଜମିରେ ପଶିବା ଫଳରେ ଲୋକେ ପ୍ରଭାବିତ ହେବା ସହ ଚାଷ ମଧ୍ୟ ପ୍ରଭାବିତ ହେଉଛି । ଅନ୍ୟ ସମୟରେ ପବନରେ ପାଉଁଶ ଉଡିବା ଫଳରେ ଚର୍ମରୋଗ, ନିଶ୍ୱାସପ୍ରଶ୍ୱାସରେ ସମସ୍ୟା ସୃଷ୍ଟି ହେଉଛି ।ନିୟମର ଖୋଲାଖୋଲି ଉଲ୍ଲଙ୍ଘନ, ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ….? ଶିଳ୍ପନଗରୀ ଅନୁଗୋଳ ଜିଲ୍ଲା, କଣିହାଁ ବ୍ଲକରେ କୋଇଲାଖଣି ଓ ତାପଜ ବିଦ୍ୟୁତ କେନ୍ଦ୍ରରରୁ ଗଦା ଗଦା ପାଉଁଶ ନିର୍ଗତ ହେଉଛି । ଆଉ କମ୍ପାନୀଗୁଡିକ ନିୟମ ମାନୁନାହାନ୍ତି । ଫ୍ଲାଏଆସ ପରିଚାଳନା ପାଇଁ ସ୍ୱତନ୍ତ୍ର ନିୟମ ରହିଛି । କିନ୍ତୁ ପ୍ରଶାସନର ଗଳାବାଟ ଦେଇ ଲୋ-ଲ୍ୟାଣ୍ଡ ଫିଲିଙ୍ଗ ନାଁରେ ଖୋଲାଖୋଲି ଗାଁ ଜନବସତି ପାଖରେ ଫ୍ଲାଏଆସ୍ ଡମ୍ପିଂ କରୁଛନ୍ତି କମ୍ପାନୀ । ଅନୁଗୋଳ ଜିଲ୍ଲାରେ ଦ୍ରୁତ ଶିଳ୍ପାୟନ ସହ ପଦୂଷଣ ବି ବଢି ଚାଲିଛି । ପ୍ଲାଇଆସରେ ବିଷାକ୍ତ ଅକ୍ସାଇଡ ରହିଛି ଯାହା ମନୁଷ୍ୟ ଓ ଜୀବଜନ୍ତୁ ପାଇଁ ବିରଦ ଦିଗକୁ ଠେଲି ଦେଉଛି । ବିଷାକ୍ତ ପାଉଁଶ ପାଣିରେ ମିଶିବା ଫଳରେ ଲୋକେ ରୋଗରେ ପଡୁଛନ୍ତି । ପଶୁପକ୍ଷୀ ମରୁଛନ୍ତି ।ସେହିପରି ନିକଟରେ ପାଇପ୍ ଫାଟି ଘର ଭିତରେ ପାଉଁଶ ପସିଥିଲା ଫଳ କିଛି ମାତ୍ର ଟଙ୍କା ଦେଇ ଲୋକଙ୍କୁ କମ୍ପାନୀ ଚୁପ୍ କରିଦେଲା ବର୍ଷାହେଲେ ସ୍ଥିତି ଆହୁରି ଭୟଙ୍କର ହୋଇପଡୁଛି । ଚାଷଜମିରେ ବିଷାକ୍ତ ପାଉଁଶ ପାଣି ମାଡିବାଫଳରେ ଏକର ଏକର ଜମିରେ ଫସଲ ନଷ୍ଟ ହେଉଛି । ନିୟମ ଅନୁସାରେ, ସହରଠାରୁ ଦୂରରେ ଡମ୍ପିଂୟାର୍ଡ ହେବାକଥା । କିନ୍ତୁ ଏହାର ଖୋଲାଖୋଲି ଉଲ୍ଲଙ୍ଘନ ହେଉଛି । ଲୋକଙ୍କର ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ କିଛି ଲୋକଦେଖାଣିଆ ଅର୍ଥ ଦେଇ ପ୍ରଚାର ପ୍ରସାର କରୁଛି କମ୍ପାନୀ l ଫଳରେ ଏନ ଟି ପି ସି ଓ ଜେ ଆଇ ପି ଏଲର ପାଉଁଶ ଓ ଆସପଣ୍ଡ ନିର୍ମାଣ ସ୍ଥାନୀୟ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ଏହି ପ୍ରସଙ୍ଗରେ କଣିହାଁ ବ୍ଲକ ଗଣମାଧ୍ୟମ ପ୍ରତିନିଧି ଫୋନ ଯୋଗେ ପ୍ରଶ୍ନ କରିବାରୁ ତାଳଚେର ବିଧାୟକ କହିଛନ୍ତି ଖୁବଶୀଘ୍ର ସମାଧାନ ହେବ ନ ହେଲେ ଆଗାମୀ 25ତାରିଖ ଦିନ ସବୁ କମ୍ପାନୀରେ ତାଲା ପକାଇବେ ବୋଲି ମତ ପ୍ରକାଶ କରିଛନ୍ତି । ଆଉ ସବୁଠାରୁ ବଡ କଥା ହେଲା, ପ୍ରଶାସନ ସବୁ ଜାଣି ନଜାଣିଲା ଭଳି ଅଭିନୟ କରୁଛି ।