ଖ୍ରୀଷ୍ଟ ଧର୍ମାବିଲମ୍ବୀଙ୍କ ଦ୍ଵାରା ସ୍ଵର୍ଗାରୋହଣ ପର୍ବ ପାଳିତ

ନବରଙ୍ଗପୁର : ଜୟପୁର ଇଭାଞ୍ଜେଲିକାଲ ଲୁଥରାନ ମଣ୍ଡଳୀର  ଖ୍ରୀଷ୍ଟ ବିଶ୍ୱାସୀ ଓ ବିଶ୍ୱାସିନୀଙ୍କ ଦ୍ଵାରା ଝରିଗାଁ ବ୍ଲକ୍, ଚିତାବେଡ଼ା ପଞ୍ଚାୟତ ସଦର ଠାରେ ସ୍ଵର୍ଗାରୋହଣ ପର୍ବ ପାଳିତ ହୋଇଛି । ଶତାଧିକ ସଂଖ୍ୟାରେ ଝରିଗାଁ ପେରିସ୍ ଅନ୍ତର୍ଗତ ଝରିଗାଁ ସମେତ ଚିତାବେଡ଼ା, ସଣ୍ଡସା ଓ ସମ୍ବର ଚଚ୍ରା ଆଦି ଗ୍ରାମ୍ୟ ମଣ୍ଡଳୀ ରୁ ଶ୍ରଦ୍ଧାଳୁ ଚିତାବେଡ଼ା ପଞ୍ଚାୟତ ସଦର ଠାରେ ସମବେତ ହୋଇଥିଲେ।  ଚିତାବେଡା ମଣ୍ଡଳୀ ପୁରହିତ ସୁବ୍ରତ ଭତରାଙ୍କ ପୌରାହିତ୍ୱରେ ସ୍ଵର୍ଗାରୋହଣ ପର୍ବ ପାଳନ ବିଦ୍ଧି ଆରମ୍ଭ ହୋଇଥିଲା। (ଜେଇଏଲସି) ମହିଳା ଆଚାର୍ଯ୍ୟ କୁମାରୀ ଇପିଶିକା କର୍କରା ପ୍ରଭୁ ଯୀଶୁଙ୍କ ପୃଥିବୀ ପୃଷ୍ଠରେ ଆଗମନର ଉଦେଶ୍ୟ,ତାଙ୍କର କୃଶୀୟ ମରଣ,ପୁନରଉଥାନ ଏବଂ ସ୍ଵର୍ଗାରୋହଣ ସହ ମାନବ ଜାତି କିପରି ପାପରୁ ବିଚ୍ୟୁତ ହୋଇ ପରିତ୍ରାଣ ପ୍ରାପ୍ତ ହେବେ ସେନେଇ ପ୍ରବଚନ ଦେଇଥିଲେ। ଆଜିକୁ ଦୁଇ ହଜାର ଦୁଇ ଦଶନ୍ଧି ତଳେ ଯୀଶୁଙ୍କ ଆଗମନ ହୋଇଥିଲା। ତାହାଙ୍କ ଅନୁଗାମୀମାନେ ହର୍ଷ ଉଲ୍ଲାସର ସହ ଏହି ସ୍ଵର୍ଗାରୋହଣ ପର୍ବ ପାଳନ କରିଥିବା ଦେଖିବାକୁ ମିଳିଥିଲା। ମାନବ ସେବା ହିଁ ମନୁଷ୍ୟର ପରମ ଧର୍ମ ଯାହା ଯୀଶୁ ନିଜ ଜୀବନ କାଳରେ ଅତି ନିଖୁଣ ଭାବରେ ଏହି ଐଶ୍ୱରିକ କାର୍ଯ୍ୟକୁ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ କର୍ମ ନିର୍ବାହ କରିଥିଲେ। ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁ ଏବଂ ତୃତୀୟ ଦିବସରେ ତାହାଙ୍କର ପୁନରଉଥାନ ପରେ ଜଗତ ମଧ୍ୟରେ ନିଜ ଅନୁଗାମୀଙ୍କ ସହ ୪୦ ଦିନ ରହିବା ପରେ ଆଜି ଦିନରେ ସେ ସ୍ଵର୍ଗାରୋହଣ କରିଥିବା ଖ୍ରୀଷ୍ଟ ଧର୍ମାବିଲମ୍ବୀମାନେ ବିଶ୍ୱାସ କରିଥାନ୍ତି। ଆଜିର ଦିବସଟି ଖ୍ରୀଷ୍ଟିଆନମାନଙ୍କ ଏକ ଅବିସ୍ମରଣୀୟ ପବିତ୍ର ଦିବସ ରୂପେ ସ୍ଵର୍ଗାରୋହଣ ପର୍ବ ଭାବେ ପାଳିତ ହୋଇ ଆସୁଛି। ଏହି ସ୍ଵର୍ଗାରୋହଣ ପର୍ବ ପାଳନ ଅବସରରେ  ସମ୍ମାନୀୟ ଅତିଥି ଭାବେ ସିନେଟ୍ ସଭ୍ୟା ଶ୍ରୀମତୀ ନିରୁପମା ନାୟକ ଯୋଗଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ,ଶାନ୍ତି ପ୍ରିୟା ଚନ୍ଦ୍ର, ପୁଷ୍ପ ମଞ୍ଜୁରୀ ଭତରା ,ପ୍ରାଚୀନ ମନୋଜ ସାଧୁ,ବିନୋଦ ସୁନା,ଏବଂ ନବୀନ ନାୟକ ଦୟାଦାସ ଜଗତ ମୋହନ କଛପ ଆଦି ମଣ୍ଡଳୀ କର୍ମକର୍ତ୍ତା ଯୋଗଦେଇଥିଲେ ।

Leave A Reply

Your email address will not be published.

2 × 5 =